ଓଡିଶା

odisha

By

Published : Aug 17, 2020, 12:58 PM IST

ETV Bharat / city

ସାର ପାଇଁ ସଂକ୍ରମଣ କଥା ଭୁଲିଗଲେ ଶହ ଶହ ଚାଷୀ

ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡରେ ୟୁରିଆ ସାରର ଅଭାବ ଦେଖାଦେଇଛି । ସରକାରୀ ସାର୍‌ ଆସିଲେ ସାର ଟିକକ ପାଇଁ ପୂର୍ବ ରାତିରୁ ଚାଷୀଙ୍କୁ ଭିଡ ଜମୁଛି ।

ସାର ପାଇଁ ସଂକ୍ରମଣ ଭୁଲି ଗଲେ ଶହ ଶହ ଚାଷୀ
ସାର ପାଇଁ ସଂକ୍ରମଣ ଭୁଲି ଗଲେ ଶହ ଶହ ଚାଷୀ

ରାଉରକେଲା: କୋରୋନା ବେଳେ ହନ୍ତସନ୍ତ ହେଉଛନ୍ତି ଚାଷୀ । ବଣାଇ ଉପଖଣ୍ଡରେ ୟୁରିଆ ଏବେ ସାର ଅଭାବ ଦେଖାଦେଇଛି । ସାର ନେବା ପାଇଁ ପୂର୍ବ ରାତିରୁ ଲାଗୁଛି ଲାଇନ । ଫଳରେ ସଂକ୍ରମଣକୁ ଭୁଲି ଶହ ଶହ ଚାଷୀଙ୍କ ଭିଡ ଦେଖିବାକୁ ମିଳୁଛି ।

ସାର ପାଇଁ ସଂକ୍ରମଣ ଭୁଲି ଗଲେ ଶହ ଶହ ଚାଷୀ

ବଣାଇ ଉପଖଣ୍ଡରେ ସାର ଅଭାବ ଦେଖାଦେଇଛି । ସରକାରୀ ସାର୍‌ ଆସିଲେ ଚାଷୀମାନେ ନିଜ କାମ ଧନ୍ଦା ଛାଡି ଲ୍ୟାମ୍ପକୁ ଆସି ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଛିଡା ହେଉଛନ୍ତି । ଆଜି ବଣାଇ ଲ୍ୟାମ୍ପ ଓ ଲହୁଣିପଡା ବ୍ଲକର ରାଜାମୁଣ୍ଡା RCMS ରେ ସାର ମିଳିବ ବୋଲି କୁହାଯାଇଥିଲା । ଗତରାତିରୁ ବଣାଇ ଲ୍ୟାମ୍ପ ଆଗରେ ଲମ୍ବା ଲାଇନ କରି ଅପେକ୍ଷା କରିଛନ୍ତି ଚାଷୀ । ସକାଳ 10ଟା ହେବା ପରେ ଆହୁରି ଆଖପାଖ ଅଞ୍ଚଳର ଚାଷୀଙ୍କ ମଧ୍ୟ ଭିଡ ଜମିବାକୁ ଲାଗିଥିଲା ।

ଅନ୍ୟପଟେ ୟୁରିଆ ସାରର ଏପରି ପରିସ୍ଥିତି ଦେଖି କଳାବଜାରୀ ବେପାରୀଙ୍କୁ ଏବେ ପୁଷମାସ ହୋଇଛି । କିଏ 500, ତ କିଏ 700 ଟଙ୍କାରେ ସାର ବିକ୍ରି କରୁଥିବା ଅଭିଯୋଗ ହେଉଛି ।ଏଠାରେ ସାର ପାଇଁ ସମାଜିକ ଦୂରତା ଭୁଲି ବସିଛନ୍ତି ଚାଷୀ । ପୂର୍ବରୁ ରାଜାମୁଣ୍ଡା RCMS ରେ ଏପରି ପରିସ୍ଥିତି ସୃଷ୍ଟି ଦେଖି ସାର ବଣ୍ଟନକୁ ବନ୍ଦ ରଖାଯାଇଥିଲା ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details