ରାଉରକେଲା: ସମ୍ବିଧାନ ସଚେତନ ମଞ୍ଚ ବ୍ୟାନର ତଳେ ମଙ୍ଗଳବାର ସିଏଏକୁ ସମର୍ଥନ କରି ବିରାଟ ମାନବ ଶୃଙ୍ଖଳ କରାଯାଇଥିଲା। ତ୍ରିରଙ୍ଗା ଧରି ମଙ୍ଗଳବାର ସିଏଏକୁ ସମର୍ଥନ ଜଣାଇ ବକ୍ତା ମାନେ ଏହାକୁ ଦେଶ ପାଇଁ ଆବଶ୍ୟକ କହିବା ସହିତ କିଛି ରାଜନୈତିକ ଦଳର ଲୋକ ମାନେ ବିଭ୍ରାନ୍ତି ସୃଷ୍ଟି କରି ଦେଶକୁ ଅଶାନ୍ତ କରିଥିବା କୁହାଯାଇଥିଲା।
ସିଏଏ ଦ୍ବାରା ପ୍ରତାରିତ ମାନଙ୍କୁ ନାଗରିକତା ପ୍ରଦାନ କରିବାର ବ୍ୟବସ୍ଥା ରହିଥିବା ବେଳେ ଲୋକ ମାନଙ୍କ ଭ୍ରମିତ କରି ମିଥ୍ୟା ପ୍ରଚାର କରି ଉଦବେଗଜନକ ପରିସ୍ଥିତି ସୃଷ୍ଟି କରିବା ଅଭିଯୋଗ କରାଯାଇଥିଲା।