ରାଉରକେଲା: ଝାଡଖଣ୍ଡର ଖୁଣ୍ଟିରେ ଭୟଙ୍କର ସଡକ ଦୁର୍ଘଟଣା । ଗୋଟିଏ ପରିବାରର ୪ ଜଣ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଅନ୍ୟପକ୍ଷେ ୩ ଜଣ ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକ ସମସ୍ତ ସୁନ୍ଦରଗଡ ଜିଲ୍ଲା ରାଉରକେଲାର ହୋଇଥିବା ଜଣାପଡିଛି ।
ଝାଡଖଣ୍ଡରେ ଭୟଙ୍କର ସଡକ ଦୁର୍ଘଟଣା, ରାଉରକେଲା ପରିବାରର ୪ ସଦସ୍ୟ ମୃତ - jharkhand road accident
ଝାଡଖଣ୍ଡ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ । ସମସ୍ତ ମୃତକ ରାଉରକେଲାର ହୋଇଥିବା ସୂଚନା । ଅଧିକ ପଢନ୍ତୁ...

ଝାଡଖଣ୍ଡରେ ଭୟଙ୍କର ସଡକ ଦୁର୍ଘଟଣା, ରାଉରକେଲା ପରିବାରର ୪ ସଦସ୍ୟ ମୃତ
ପଶ୍ଚିମବଙ୍ଗରୁ ଏକ କାର ୭ ଜଣଙ୍କୁ ନେଇ ରାଉରକେଲା ଆସୁଥିବା ସମୟରେ ଖୁଣ୍ଟି ଥାନା ଅନ୍ତର୍ଗତ ପୋର୍ପା ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା । ଫଳରେ ଏଥିରେ ଯାତ୍ରା କରୁଥିବା ବାପା ମା'ଙ୍କ ସମେତ ଦୁଇ ପୁଅ ଝିଅଙ୍କ ମୃତ୍ୟୁ ହୋଇଛି ।
ଝାଡ଼ଖଣ୍ଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଆହତଙ୍କୁ ରାଞ୍ଚି ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି ।