ରାଉରକେଲା: ରାଉରକେଲା ଆରପିଏଫ୍ ଯବାନଙ୍କ ମାଡ଼ରେ ଅଜୟ ସାହୁ ନାମକ ହ୍ୟାକର ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେ ଝାଡଖଣ୍ଡର ଗୋଇଲକେରା ରେଳ ଷ୍ଟେସନରେ ପଡି ରହିବା ପରେ ଅନ୍ୟମାନଙ୍କ ସହଯୋଗରେ ସେ ରାଉରକେଲା ଥାନାରେ ଏକ ଏତଲା ଦେଇଛନ୍ତି ।
ଆରପିଏଫ୍ ଯବାନଙ୍କ ମାଡରେ ହ୍ୟାକର ଆହତ - ରାଉରକେଲା ଥାନା
ରାଉରକେଲା ଆରପିଏଫ୍ ଯବାନଙ୍କ ମାଡ଼ରେ ଅଜୟ ସାହୁ ନାମକ ହ୍ୟାକର ଗୁରୁତର ଆହତ ହୋଇଛନ୍ତି ।
ଫଟୋ ସୌଜନ୍ୟ: ପ୍ରତିନିଧି, ରାଉଲକେଲା
ଏତଲା ପାଇବା ପରେ ପୋଲିସ ଏକ ମାମଲା ରୁଜୁ କରି ଗୁରୁତର ଅଜୟ ସାହୁଙ୍କୁ ଡାକ୍ତରୀ ଯାଞ୍ଚ ପାଇଁ ପଠାଇଛନ୍ତି। ତେବେ ଘଟଣାଟି ଝାଡଖଣ୍ଡ ଅଞ୍ଚଳର ହୋଇଥିବାରୁ ମାମଲାଟିକୁ ମନୋହରପୁର ରେଳ ପୋଲିସକୁ ହସ୍ତାନ୍ତର କରାଯାଇଛି।
ରାଉଲକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ