ଓଡିଶା

odisha

ETV Bharat / city

ବିଷାକ୍ତ ସାପ କାମୁଡାରେ ଅଜା ଓ ନାତି ମୃତ - ସାପ କାମୁଡାରୁ ମୃତ୍ୟୁ

ଏମିତି ବି ଆସିପାରେ ମୃତ୍ୟୁ । ଏକାଠି ଆଖି ବୁଜିଛନ୍ତି ଉଭୟ ଅଜା ଓ ନାତି । ଘଟଣାଟି ହେଉଛି ସୁନ୍ଦରଗଡ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ପ୍ରତାପପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଭୁକ୍ତ ରାଏବୋଗା ଥାନା ଭାଲୁକତା ଗ୍ରାମର ।

rourkela latest news, death from snake bite, grand father and grand son died of snake bite, ରାଉରକେଲା ଲାଟେଷ୍ଟ ନ୍ୟୁଜ୍‌, ସାପ କାମୁଡାରୁ ମୃତ୍ୟୁ, ସାପ କାମୁଡାରେ ଅଜା ନାତି ମୃତ
ବିଷାକ୍ତ ସାପ କାମୁଡାରେ ଅଜା ଓ ନାତି ମୃତ

By

Published : Jul 26, 2020, 4:40 AM IST

ରାଉରକେଲା: ଏମିତି ବି ଆସିପାରେ ମୃତ୍ୟୁ । ଏକାଠି ଆଖି ବୁଜିଛନ୍ତି ଉଭୟ ଅଜା ଓ ନାତି । ଘଟଣାଟି ହେଉଛି ସୁନ୍ଦରଗଡ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ପ୍ରତାପପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଭୁକ୍ତ ରାଏବୋଗା ଥାନା ଭାଲୁକତା ଗ୍ରାମର । ଏହି ଗାଁର ଅଧିବାସୀ ଚୁମନୁ ବିଲୁଙ୍ଗଙ୍କ ପିତା ସିଲବାନୁସ୍‌ ବିଲୁଙ୍ଗ(65) ଓ ପୁଅ ବିଶାଲ ବିଲୁଙ୍ଗ (10) ଘରେ ଶୋଇଥିବା ବେଳେ ସାପ କାମୁଡାରୁ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି ।

ସୂଚନା ଅନୁଯାୟୀ ଉଭୟେ ଅଜା ଓ ନାତି ରାତିରେ ଶୋଇଥିବା ସମୟରେ କୌଣସି ଏକ ବିଷଧର ସାପ ଉଭୟଙ୍କୁ କାମୁଡି ଥିଲା । ଏନେଇ ପରିବାର ଲୋକେ ଜାଣିବା ପରେ ତାଙ୍କୁ ତୁରନ୍ତ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ 108 ଆମ୍ବୁଲାନ୍ସ ଯୋଗେ ଆରଜିଏଚକୁ ନିଆଯାଇଥିଲା । ହେଲେ ଦୁର୍ଭାଗ୍ୟବଶତଃ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲା ।

ଅନ୍ୟପଟେ ଖବର ପାଇ ରାଏବୋଗା ପୋଲିସ ଡାକ୍ତରଖାନାରେ ପହଞ୍ଚି ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବା ନେଇ ସୂଚନା ରହିଛି । ଏଥିସହ ପୋଲିସ ଉଭୟଙ୍କ ଘରୁ ବିଭିନ୍ନ ତଥ୍ୟ ସଂଗ୍ରହ କରିବା ସହ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ସେପଟେ ଏନେଇ ବୀରମିତ୍ରପୁର ତହସିଲଦାରଙ୍କୁ ମଧ୍ୟ ଅବଗତ କରାଯାଇଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details