ଓଡିଶା

odisha

ବିମାନ ପରେ ଟ୍ରେନ: 4 କୋଟିର ସୁନା ବିସ୍କୁଟ ଜବତ, 2 ଅଟକ

By

Published : Oct 10, 2019, 2:59 PM IST

Updated : Oct 10, 2019, 7:24 PM IST

ଗୁରୁବାର 12102 ହାୱଡା-ମୁମ୍ବାଇ ଜ୍ଞାନେଶ୍ବରୀ ଏକ୍ସପ୍ରେସରେ ଚଢାଉ କରି ପ୍ରାୟ 12.932 କେଜିର ସୁନା ବିସ୍କୁଟ ଜବତ କରିଛି ସେଣ୍ଟ୍ରାଲ ଏକ୍ସାଇଜ ଓ ଡିଆରଆଇ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ରାଉରକେଲା: ବିମାନ ପରେ ଏବେ ଟ୍ରେନ ପାଲଟିଛି ସୁନାଚାଲାଣର ମାଧ୍ୟମ । ଗୁରୁବାର 12102 ହାୱଡା-ମୁମ୍ବାଇ ଜ୍ଞାନେଶ୍ବରୀ ଏକ୍ସପ୍ରେସରେ ଚଢାଉ କରି ପ୍ରାୟ 12.932 କେଜିର ସୁନା ବିସ୍କୁଟ ଜବତ କରିଛି ସେଣ୍ଟ୍ରାଲ ଏକ୍ସାଇଜ ଓ ଡିଆରଆଇ (Directorate of Revenue Intelligence) । ସେଣ୍ଟ୍ରାଲ ଏକ୍ସାଇଜ, ଡିଆରଆଇ ଏବଂ ଆରପିଏଫର ମିଳିତ ଚଢାଉରେ ଏହି ସୁନା ବିସ୍କୁଟ ଜବତ କରାଯାଇଛି । ଏଥିସହ ଘଟଣାରେ ସମ୍ପୃକ୍ତ 2 ଜଣଙ୍କୁ ଅଟକ ରଖି ପଚରା ଉଚୁରା ଜାରି ରଖିଛି ସେଣ୍ଟ୍ରାଲ ଏକ୍ସାଇଜ ଓ ଡିଆରଆଇ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ମୁତାବକ ଗୁରୁବାର ରାଉରକେଲା ଦେଇ ଯାଉଥିବା ହାୱଡା-ମୁମ୍ବାଇ ଜ୍ଞାନେଶ୍ବରୀ ଏକ୍ସପ୍ରେସରୁ ସୁନା ବିସ୍କୁଟ ଚାଲାଣ ହେଉଥିବା ଖବର ପାଇ ଚଢାଉ କରିଥିଲା ସେଣ୍ଟ୍ରାଲ ଏକ୍ସାଇଜ ଓ ଡିଆରଆଇ । ରାଜଗାଙ୍ଗପୁରରୁ ଝାରସୁଗୁଡା ମଧ୍ୟରେ ହୋଇଥିବା ଏହି ଚଢାଉରେ 10 ତୋଲା ଓଜନ ବିଶିଷ୍ଟ 110 ଖଣ୍ଡ ସୁନା ବିସ୍କୁଟ ଜବତ କରାଯାଇଥିଲା । ଘଟଣାରେ 2 ଜଣଙ୍କୁ ଅଟକ ରଖି ପଚରା ଉଚୁରା ଜାରି ରଖିଛି ସେଣ୍ଟ୍ରାଲ ଏକ୍ସାଇଜ ଓ ଡିଆରଆଇ ।

ଜବତ ସୁନାର ମୂଲ୍ୟ ପ୍ରାୟ 4,99 କୋଟି ଟଙ୍କା ହେବା ନେଇ ଅନୁମାନ କରାଯାଇଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର/ ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Oct 10, 2019, 7:24 PM IST

ABOUT THE AUTHOR

...view details