ରାଉରକେଲା: ଚଳିତ ଲୋକସଭା ନିର୍ବାଚନ ସରିବା ପରେ ରାଉରକେଲାରେ ପହଞ୍ଚିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ । ଏହି ଅବସରରେ ତାଙ୍କୁ ପାନପୋଷ ଛକରୁ ଦଳୀୟ କର୍ମକର୍ତ୍ତା ଏକ ଶୋଭାଯାତ୍ରା ଜରିଆରେ ସ୍ବାଗତ କରି ସ୍ଥାନୀୟ ଭଞ୍ଜଭବନରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆଣିଥିଲେ । ଏହା ପରେ ତାଙ୍କୁ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସ୍ବାଗତ କରାଯାଇଥିଲା ।
ମନ୍ତ୍ରୀପଦ ମିଳିବା ନମିଳିବା ପ୍ରଧାନମନ୍ତ୍ରୀଙ୍କ ଉପରେ ନିର୍ଭରଶୀଳ: ଜୁଏଲ ଓରାମ - ex union minister
ମନ୍ତ୍ରୀପଦ କାହାକୁ ମିଳିବ କିମ୍ବା ନମିଳିବ ତାହା ପ୍ରଧାନମନ୍ତ୍ରୀଙ୍କ ଉପରେ ନିର୍ଭରଶୀଳ ବୋଲି ସମ୍ବର୍ଦ୍ଧନା ସଭାରେ ଯୋଗଦେବା ଅବସରରେ କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଜୁଏଲ କହିଛନ୍ତି କେନ୍ଦ୍ରରେ ମନ୍ତ୍ରୀ ପଦ ପାଇବା ପାଇଁ ତାଙ୍କର ଆଶା ଥିଲା । ମାତ୍ର ଏହା ନମିଳିବାରୁ ସେ ଦୁଃଖିତ ହେବା ସହ ପତ୍ନୀଙ୍କ ଅନୁରୋଧ ରକ୍ଷା କରି ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ଯାଇନଥିବା କହିଥିଲେ । ମନ୍ତ୍ରୀପଦ କାହକୁ ମିଳିବା କିମ୍ବା ନ ମିଳିବ ତାହା ପ୍ରଧାନମନ୍ତ୍ରୀଙ୍କ ଉପରେ ନିର୍ଭରଶୀଳ । ମନ୍ତ୍ରୀମଣ୍ଡଳରେ ସାମିଲ ହେବା ପାଇଁ ତାଙ୍କ ଠାରୁ ଯୋଗ୍ୟ ବ୍ୟକ୍ତି ଅଛନ୍ତି ବୋଲି ସେ ଜଣାଇଛନ୍ତି।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ