ଓଡିଶା

odisha

ETV Bharat / city

ମୋବାଇଲ ଟାୱାର ନାଁରେ ସାଙ୍ଘାତିକ ଠକେଇ, 5 ଅଭିଯୁକ୍ତ ଗିରଫ - ଲାଟେଷ୍ଟ ରାଉରକେଲା ଅପରାଧ ଖବର

ମୋବାଇଲ ଟାୱାର ଲଗାଇବା ନାମରେ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ଅଭିଯୋଗ ପାଇବା ପରେ ସମ୍ପୃକ୍ତ ଗ୍ୟାଙ୍ଗର 5 ଜଣଙ୍କୁ ଶୁକ୍ରବାର ଗିରଫ କରିଛି ରାଉରକେଲା ପୋଲିସ ।

ମୋବାଇଲ ଟାୱାର ନାଁରେ ଠକେଇ

By

Published : Nov 8, 2019, 3:06 PM IST

ରାଉରକେଲା: ମୋବାଇଲ ଟାୱାର ଲଗାଇବା ନାମରେ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ଅଭିଯୋଗ ପାଇବା ପରେ ସମ୍ପୃକ୍ତ ଗ୍ୟାଙ୍ଗର 5 ଜଣଙ୍କୁ ଶୁକ୍ରବାର ଗିରଫ କରିଛି ରାଉରକେଲା ପୋଲିସ । ଗିରଫ ଯୁବକମାନେ ହେଲେ ବୁଧ ସରକାର, ଜୟନ୍ତ ବନେର୍ଜୀ, ପ୍ରିୟଂଶୁ ଦାସ, ରୋହିତ ସରକାର ଓ ସୁବୋଧିତ।

ମୋବାଇଲ ଟାୱାର ନାଁରେ ଠକେଇ

ଗିରଫ ଅଭିଯୁକ୍ତମାନେ ଜିଏସଟି ତଥା ଅନ୍ୟ ଆଳ ଦେଖାଇ ରାଉରକେଲାର ପୂର୍ଣ୍ଣେନ୍ଦୁ ଶେଖର ପଣ୍ଡାଙ୍କଠାରୁ 9.56 ଲକ୍ଷ ଟଙ୍କା ଠକି ଥିବା ସେ ଅଭିଯୋଗ କରିଥିଲେ। ଏନେଇ ଏଫଆଇଆର ପାଇବା ପରେ ପୋଲିସ ସାଇବର ଥାନାରେ ମାମଲା ରୁଜୁ କରି କୋଲକାତାରେ ଚଢାଉ କରିଥିଲା । ଏହି ଚଢାଉରେ ସମ୍ପୃକ୍ତ ଗ୍ୟାଙ୍ଗକୁ ଧରିବା ସହ ସେମାନଙ୍କ ପାଖରୁ 7 ଲାପଟପ, 2 ଟାବଲେଟ,194 ସିମ, 16 ହାର୍ଡ ଡିସ୍କ,14 ମୋବାଇଲ ଆଦି ଜବତ କରିଥିବା ପୋଲିସ । ଏଥିସହ ଶତାଧିକ ଚେକ ମଧ୍ୟ ଜବତ କରିଥିଲା ପୋଲିସ ।

ତେବେ ଜବତ ଚେକ ମଧ୍ୟରୁ ସୁନ୍ଦରଗଡର ଜଣଙ୍କଠାରୁ ଏମାନେ 4.98 ଲକ୍ଷ ଟଙ୍କାର ଚେକ ରଖିଥିବା ଦେଖାଯାଇଛି । ଗିରଫ 5 ଜଣଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି ତଥା ଦେଶବ୍ୟାପୀ ନେଟୱାର୍କ ଧରିବା ପାଇଁ ପୋଲିସ ଏମାନଙ୍କୁ ରିମାଣ୍ଡରେ ଆଣି ପଚରା ଉଚରା କରିବ । ଏନେଇ ରାଉରକେଲା ଏସପି କେ ଶିବ ସୁବ୍ରମଣି ସୂଚନା ଦେଇଛନ୍ତି।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details