ରାଉରକେଲା: ସୁନା ଦୋକାନୀ ମାଲିକଙ୍କୁ ଗୁଳି କରି ହତ୍ୟା । ମେଡିକାଲ ନେବା ବାଟରେ ଉଡିଗଲା ପ୍ରାଣବାୟୁ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ରାଉରକେଲା ଏସଟିଆଇ ଛକ ବାସନ୍ତୀ ଦୁର୍ଗା ସୁନା ଦୋକାନର ମାଲିକ ସରୋଜ ସାହୁ ତାଙ୍କ ଦୋକାନ ବନ୍ଦ କରି ଘରକୁ ଯାଉଥିବା ସମୟରେ କେତେକ ଲୁଟେରା ତାଙ୍କ ଉପରକୁ ଗୁଳି କରିଥିଲେ ।
ରାଉରକେଲାରେ ସୁନା ଦୋକାନୀ ମାଲିକଙ୍କୁ ଗୁଳି କରି ହତ୍ୟା - firing in rourkela
ସୁନା ଦୋକାନୀ ମାଲିକଙ୍କୁ ଗୁଳି କରି ହତ୍ୟା । ମେଡିକାଲ ନେବା ବାଟରେ ଗଲା ଜୀବନ । ତଦନ୍ତ ଜାରି । ଅଧିକ ପଢନ୍ତୁ...

ସୁନା ଦୋକାନୀ ମାଲିକଙ୍କୁ ଗୁଳି କରି ହତ୍ୟା
ସୁନା ଦୋକାନୀ ମାଲିକଙ୍କୁ ଗୁଳି କରି ହତ୍ୟା
ମୁର୍ମୂଷ ଅବସ୍ଥାରେ ତାଙ୍କୁ ଆଇଜିଏଚ ନେଉଥିବା ବଳେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ମୃତକଙ୍କ ଘର ରାଉରକେଲାର ଗଙ୍ଗାଧରପାଲି ବୋଲି ଜଣାପଡିଛି । ସରୋଜଙ୍କର ମୃତଦେହ ଆଇଜିଏଚରେ ଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ତିନିଜଣ ଅଭିଯୁକ୍ତ ଗୋଟିଏ ମୋଟର ସାଇକେଲରେ ଆସି ଏଭଳି କାଣ୍ତ ଘଟାଇ ଫେରାର ହୋଇଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ରାଉରକେଲାରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ