ଓଡିଶା

odisha

ETV Bharat / city

ମହିଳା କର୍ମଚାରୀଙ୍କୁ ଜାତିଆଣ ମନ୍ତବ୍ୟ, ଫସିଲେ ଅଧ୍ୟାପକ ଓ କିରାଣୀ - ଜଣେ ଅଧ୍ୟାପକ ଏବଂ ଜଣେ କିରାଣୀ

ଜଣେ କାର୍ଯ୍ୟରତ ଆଦିବାସୀ ମହିଳା କର୍ମଚାରୀଙ୍କୁ ଜାତିଆଣ ମନ୍ତବ୍ୟ ଏବଂ ଅସଦାଚରଣ କରାଯାଇଥିବା ଅଭିଯୋଗ । ଜଣେ ଅଧ୍ଯାପକ ଓ କିରାଣୀଙ୍କ ନାମରେ ମାମଲା ରୁଜୁ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା

By

Published : Sep 22, 2019, 11:18 AM IST

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସରବତୀ ଦେବୀ ମହିଳା ମହାବିଦ୍ୟାଳୟରେ ଜଣେ କାର୍ଯ୍ୟରତ ଆଦିବାସୀ ମହିଳା କର୍ମଚାରୀଙ୍କୁ ଜାତିଆଣ ମନ୍ତବ୍ୟ ଏବଂ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି । ରାଜଗାଙ୍ଗପୁର ଥାନାରେ ଜଣେ ଅଧ୍ୟାପକ ଏବଂ ଜଣେ କିରାଣୀଙ୍କ ନାମରେ ଏତଲା ଦିଆଯାଇଛି । ରାଜଗାଙ୍ଗପୁର ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା

ପୂର୍ବତନ ବିଧାୟକ ମଙ୍ଗଳ କିଷାନଙ୍କ ଅଧ୍ୟକ୍ଷତାରେ ବସିଥିବା କଲେଜ ପରିଚାଳନା କମିଟିର ବୈଠକରେ କିରାଣୀ ପାଣୁ ଚରଣ ପାଇକରାୟଙ୍କୁ ନିଲମ୍ବନ କରିଥିବା ବେଳେ ଅଧ୍ୟାପକ ସପନ କୁମାର ପଣ୍ଡାଙ୍କୁ ପ୍ରଶାସନିକ କାମରୁ ଅବ୍ୟାହତି କରିଛନ୍ତି । କଲେଜର ଅଧ୍ୟକ୍ଷ ଚନ୍ଦ୍ରମଣି ପଣ୍ଡାଙ୍କୁ ଅନ୍ୟତ୍ର ବଦଳି ପାଇଁ କମିଟି ସରକାରଙ୍କୁ ପତ୍ର ଲେଖିଛନ୍ତି ।

ଉକ୍ତ ମହିଳା କର୍ମଚାରୀଙ୍କ ଏତଲା କ୍ରମେ ପୋଲିସ କିରାଣୀ ପାଣୁ ଚରଣ ପାଇକରାୟ ତଥା ଅଧ୍ୟାପକ ସପନ ପଣ୍ଡାଙ୍କ ବିରୋଧରେ ଆଇପିସି 354 , 354 A , 323 , 294 , 34 ଏବଂ ଅତ୍ୟାଚାର ନିରୋଧ ଆଇନରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details