ଓଡିଶା

odisha

ETV Bharat / city

ବର୍ଷା ପାଇଁ ଇନ୍ଦ୍ର ଦେବତାଙ୍କ ପୂଜାର୍ଚ୍ଚନା କଲେ ଗ୍ରାମବାସୀ - farmer of raourkela worshipped indra for rain

ବର୍ଷା ପାଇଁ ବିକଳ ଚାଷୀ । ମରୁଡି ଭୟରେ ବିଶ୍ରାର କପ୍ରଣ୍ଡା ଅଞ୍ଚଳର ଗ୍ରାମବାସୀ ଏକତ୍ରିତ ହୋଇ ଇନ୍ଦ୍ର ଦେବତାଙ୍କ ପୂଜାର୍ଚ୍ଚନା କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

By

Published : Jul 22, 2019, 3:00 PM IST

ରାଉରକେଲା: ବର୍ଷା ପାଇଁ ବିକଳ ଚାଷୀ । ଧାନ ଚାଷ ପାଇଁ ଯେତିକି ବର୍ଷା ଦରକାର, ସେହିଭଳି ବର୍ଷା ହେଉନଥିବାରୁ ଗ୍ରାମବାସୀ ନିରାଶ । ତାଙ୍କର ବିଶ୍ୱାସ ରହିଛି ଇନ୍ଦ୍ର ଦେବତା ଖୁସି ହେଲେ ନିଶ୍ଚୟ ବର୍ଷା ହେବ । ମରୁଡି ଭୟରେ ବିଶ୍ରାର କପ୍ରଣ୍ଡା ଅଞ୍ଚଳର ଗ୍ରାମବାସୀ ଏକତ୍ରିତ ହୋଇ ଇନ୍ଦ୍ର ଦେବତାଙ୍କ ପୂଜାର୍ଚ୍ଚନା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ନିର୍ଦ୍ଧାରିତ ସମୟରେ ବର୍ଷା ହେଉ ନଥିବାରୁ ଚାଷୀଙ୍କ ଏକ ମାତ୍ର ଭରସା ପାଲଟିଛନ୍ତି ଭଗବାନ ଇନ୍ଦ୍ର । ଗ୍ରାମବାସୀଙ୍କ କହିବା ଅନୁସାରେ ସେ ଚାହିଁଲେ ହିଁ ବର୍ଷା ହେବ । ଯେଉଁ କାରଣରୁ ଗାଁ ଲୋକ ଏକ ହୋଇ ଆଜି(ସୋମବାର) ପୂଜାର୍ଚ୍ଚନା କରିଥିଲେ । ଗାଁର ସମସ୍ତ ଲୋକ ବିଶେଷ କରି ମହିଳା ଏକତ୍ରିତ ହୋଇ ଏହି ପୂଜାର୍ଚ୍ଚନା କରିଥିଲେ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details