ଓଡିଶା

odisha

ETV Bharat / city

ସାବଧାନ ! ମେଡିକାଲରେ ବୁଲୁଛନ୍ତି ନକଲି ଡାକ୍ତର

3 ବର୍ଷ ଧରି ରୋଗୀଙ୍କ ସେବାରେ ସୁନ୍ଦରଗଡର ନକଲି ଡାକ୍ତର। ଖବର ପାଇ ସ୍ବାସ୍ଥ୍ୟବିଭାଗର ଖୋଳତାଡ। ଭୀମସାର ସହ ଅଲ ଇଣ୍ଡିଆ ମେଡିକାଲ କାଉନସିଲକୁ ଜବାବ ତଲବ। ଅଧିକ ଖବର ପଢନ୍ତୁ...

ସାବଧାନ ! ମେଡିକାଲଲେ ବୁଲୁଛନ୍ତି ନକଲି ଡାକ୍ତର

By

Published : Nov 12, 2019, 2:23 PM IST

Updated : Nov 12, 2019, 3:09 PM IST

ରାଉରକେଲା: ମେଡିକାଲରେ ନିଯୁକ୍ତି ପାଇଛନ୍ତି ନକଲି ଡାକ୍ତର। ଜାଲ୍ ପ୍ରମାଣପତ୍ର ଓ ଡିଗ୍ରୀ ସାର୍ଟିଫିକେଟ ଦେଖାଇ ସରକାରୀ ଚାକିରୀ ହାତେଇଛନ୍ତି । ତେବେ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଲକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରୁ । ଆଜିକି 3 ବର୍ଷ ବିତିଯାଇଥିଲେ ମଧ୍ୟ ଉକ୍ତ MBBS ଡାକ୍ତର ଜଣଙ୍କ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବା ଦେଇଆସୁଛନ୍ତି ।

ସାବଧାନ ! ମେଡିକାଲଲେ ବୁଲୁଛନ୍ତି ନକଲି ଡାକ୍ତର

ଏବେ ଘଟଣାଟି ଲୋକଲୋଚନକୁ ଆସିବା ପରେ ସ୍ବାସ୍ଥ୍ୟବିଭାଗ ଖୋଳତାଡ ଆରମ୍ଭ କରିଛି। ହେଲେ ତଦନ୍ତ ଆରମ୍ଭ ହେବା ପରଠୁ ସମ୍ପୃକ୍ତ ଡାକ୍ତରଙ୍କ ପତ୍ତା ମିଳୁନାହିଁ। ଉକ୍ତ ଡାକ୍ତରଙ୍କ ସାର୍ଟିଫିକେଟକୁ ନେଇ ଭୀମସାରକୁ ଚିଠି ଲେଖିବା ସହିତ ତାଙ୍କ ପଞ୍ଜିକରଣ କେଉଁ ପରିସ୍ଥିତିରେ ବିହାର ମେଡିକାଲ କାଉନସିଲରେ କରାଯାଇଛି, ତାହାକୁ ନେଇ ତନାଘନା ଜୋରସୋର କରାଯାଇଛି । ଏପରିକି ଘଟଣାକୁ ନେଇ ଅଲ ଇଣ୍ଡିଆ ମେଡିକାଲ କାଉନସିଲ ତଥା ବିହାର ମେଡିକାଲ କାଉନସିଲକୁ ମଧ୍ୟ ଚିଠି ଲେଖାଯାଇଥିବା କୁହାଯାଉଛି ।

ସୂଚନା ଅନୁସାରେ, ଏହି ଡାକ୍ତର ଇସ୍ପାତ କଲେଜ ପରେ ରାଉରକେଲା VSS ମେଡିକାଲ କଲେଜର ଡିଗ୍ରୀ ଦାଖଲ କରି ଚାକିରୀ ପାଇଥିଲେ। ସାର୍ଟିଫିକେଟ ଅନୁଯାୟୀ 2002 ମସିହାରେ ସେ MBBS ଡିଗ୍ରୀ ହାସଲ କରି ହାଇଟେକ ମେଡିକାଲ, ରେଳବାଇ, ରାଉରକେଲା ଇସ୍ପାତ କାରଖାନା ସମାଜ ମଙ୍ଗଳ ବିଭାଗରେ କାମ କରି ତଡା ଖାଇଛନ୍ତି। ପରେ 2016ରେ ନୂଆଗାଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଅସ୍ଥାୟୀ ଭାବେ ନିଯୁକ୍ତି ପାଇଥିଲେ। ଏହିପରି ଭାବେ ସେ ସରକାରୀ ତହବିଲରୁ କୋଟି କୋଟି ଟଙ୍କା ଦରମା ଆକାରରେ ନେଇଥିବାବେଳେ ସ୍ବାସ୍ଥ୍ୟ ବିଭାଗ ଖୋଳତାଡ଼ ପରେ ଏବେ ଆଉ ସେ ମିଳୁନାହାଁନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Last Updated : Nov 12, 2019, 3:09 PM IST

ABOUT THE AUTHOR

...view details