ଓଡିଶା

odisha

ETV Bharat / city

ସୁନ୍ଦରଗଡ ଜିଲ୍ଲାପାଳଙ୍କ ନାଁରେ ଫେକ୍‌ ଫେସବୁକ ଆକାଉଣ୍ଟ - ଫେକ୍‌ ଫେସବୁକ ଆକାଉଣ୍ଟ ନାଁରେ ଲୋକଙ୍କୁ ଠକିବାକୁ ଉଦ୍ୟମ

ସୁନ୍ଦରଗଡ ଜିଲ୍ଲାପାଳଙ୍କ ନାଁରେ ଫେକ ଫେସବୁକ ଆକାଉଣ୍ଟ । ଫେକ ଆକାଉଣ୍ଟ ମାଧ୍ୟମରେ ଲୋକଙ୍କୁ ଲୁଟିବାକୁ ଉଦ୍ୟମ ।

ଫଟୋ ସୌଜନ୍ୟ: ସୋସିଆଲ ସାଇଟ

By

Published : Oct 12, 2019, 1:40 PM IST

ରାଉରକେଲା: ସୁନ୍ଦରଗଡ ଜିଲ୍ଲାପାଳଙ୍କ ନାଁରେ ଫେକ୍ ଫେସବୁକ ଆକାଉଣ୍ଟ କରି ଠକିବାକୁ ଉଦ୍ୟମ । ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ନାଁରେ ଫେକ ଆକାଉଣ୍ଟ କରି ଲୋକଙ୍କ ଠାରୁ ମୋବାଇଲ ନମ୍ବର ସହ ଟଙ୍କା ମାଗିବା ଘଟଣା ସାମ୍ନାକୁ ଆସିଛି । ଘଟଣାରେ ଜିଲ୍ଲାପାଳ ଖୋଦ୍‌ ସ୍ପଷ୍ଟୀକରଣ ଦେବା ପରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ସୂଚନାଅନୁସାରେ, ଏ ବିଷୟରେ ପ୍ରଥମେ ଜିଲ୍ଲାପାଳ ଅବଗତ ନଥିଲେ । ଏ ଘଟଣା ବିଷୟରେ ଜିଲ୍ଲାପାଳ ତାଙ୍କର ଏକ ବନ୍ଧୁଙ୍କ ଠାରୁ ଜାଣିବାକୁ ପାଇଥିଲେ । ଏହା ପରେ ସେ, ନିଜ ଫେସବୁକ ଆକାଉଣ୍ଟରେ ଲୋକଙ୍କୁ ଅବଗତ କରାଇବା ସହ ଏଭଳି ଠକାମିର ଶିକାର ନ ହେବାକୁ ସଚେତନ କରିଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ସେପଟେ, ଘଟଣାକୁ ନେଇ ଏଯାଁଏ ଜିଲ୍ଲାପାଳ ପକ୍ଷରୁ ଥାନାରେ ଏତଲା ଦିଆଯାଇନାହିଁ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details