ରାଉରକେଲା: ସୁରତ ଓ ଗୋଆରୁ ଟ୍ରେନ ଯୋଗେ ରାଉରକେଲା ପହଞ୍ଚିଲେ ପ୍ରବାସୀ ଶ୍ରମିକ । ଲକଡାଉନ ନିୟମ ଟିକେ କୋହଳ ହୋଇଥିବା ବେଳେ ରାଉରକେଲାକୁ ପ୍ରବାସୀ ଶ୍ରମିକ ମାନଙ୍କ ଆଗମନ ଜାରି ରହିଛି । ଗୁରୁବାର ସନ୍ଧ୍ୟାରେ ଦୁଇଟି ଶ୍ରମିକ ସ୍ପେସିଆଲ ଟ୍ରେନ ଆସି ରାଉରକେଲାରେ ପହଞ୍ଚିଥିଲା । ପ୍ରଥମ ଟ୍ରେନଟି ଗୋଆର ମଡ଼ଗାଓଁରୁ 94 ଜଣ ପ୍ରବାସୀଙ୍କୁ ନେଇ ଆସିଥିବା ବେଳେ ଦ୍ବିତୀୟ ଟ୍ରେନଟି ସୁରତରୁ ପାଞ୍ଚ ଜଣ ଶ୍ରମିକଙ୍କୁ ନେଇ ରାଉରକେଲା ଷ୍ଟେସନରେ ପହଞ୍ଚି ଥିଲା । ଗୋଆରୁ ଆସିଥିବା ଟ୍ରେନରେ 43 ଜଣ ସୁନ୍ଦରଗଡ଼ ଜିଲ୍ଲାର ହୋଇଥିବା ବେଳେ ଅନ୍ୟମାନେ ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗର ହୋଇଥିବା ସୂଚନା ମିଳିଛି ।
ଦୁଇଟି ଟ୍ରେନରେ ରାଉରକେଲା ଫେରିଲେ ପ୍ରବାସୀ - ରାଉରକେଲା ଲକଡାଉନ
ଦୁଇ ଟ୍ରେନରେ ଗୋଆ ଓ ସୁରତରୁ ଫେରିଲେ ପ୍ରବାସୀ ଶ୍ରମିକ । ପ୍ରବାସୀ ଶ୍ରମିକ ମାନଙ୍କୁ ସୁବିଧା ପ୍ରସ୍ଥାନ ପାଇଁ ପ୍ରଶାସନ ପକ୍ଷରୁ ସବୁ ପଦକ୍ଷେପ ନିଆଯାଇଥିଲା ।
ରାଉରକେଲା ପ୍ରାବାସୀ ଶ୍ରମିକ ଘରବାହୁଡା
ରାଉରକେଲା ପ୍ରାବାସୀ ଶ୍ରମିକ ଘରବାହୁଡା
ପ୍ରବାସୀ ମାନଙ୍କୁ ରାଉରକେଲା ମହାନଗର ନିଗମ ପକ୍ଷରୁ ବସ ଯୋଗେ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ପ୍ରବାସୀ ମାନଙ୍କ ଘରକୁ ପଠାଯାଇଥିଲା । ଅନ୍ୟ ମାନଙ୍କୁ ବସ ଯୋଗେ ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗକୁ ପଠାଯାଇଥିଲା । ସେହିଭଳି ବଳକା ପ୍ରବାସୀଙ୍କୁ ରାଉରକେଲା ଆଶ୍ରୟ ସ୍ଥଳରେ ରଖାଯାଇଛି । ସେମାନଙ୍କୁ ଆସନ୍ତାକାଲି ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଯିବ । ପ୍ରବାସୀ ମାନେ ରାଉରକେଲା ଷ୍ଟେସନରେ ପହଞ୍ଚିବା ପରେ ସେମାନଙ୍କ ସ୍କ୍ରିନିଂ କରାଯିବା ସହ ରେଜିଷ୍ଟ୍ରେସନ ମଧ୍ୟ କରାଯାଇଥିଲା ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ