ରାଉରକେଲା: ବଣେଇ ବ୍ଲକ ବଡଗୋଗୁଆ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଗାୟତ୍ରୀ ଜୟପୁରୀୟା 6 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଦ୍ଵାରା ଧରପଡି ଗିରଫ ହୋଇଛନ୍ତି । ଏହି ପଞ୍ଚାୟତରେ ନିର୍ବାହୀ ଅଧିକାରୀ ଭାବେ କାମ କରି ଅବସର ନେଇଥିବା ଯତୀନ ତାଙ୍କର ପେନସନ କାଗଜପତ୍ର ଠିକ କରିବାଲାଗି ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହୋଇପଡ଼ିଥିଲେ ।
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ନିର୍ବାହୀ ଅଧିକାରୀ - executive officer was caught red-handed by vigilantes
ବଣେଇ ବ୍ଲକ ବଡଗୋଗୁଆ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଗାୟତ୍ରୀ ଜୟପୁରୀୟା 6 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଦ୍ଵାରା ଧରପଡି ଗିରଫ ହୋଇଛନ୍ତି ।
ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ନିର୍ବାହୀ ଅଧିକାରୀ
ସେ ଅସୁସ୍ଥ ଥିବାରୁ ତାଙ୍କ ପୁଅ ପେନସନ କାଗଜପତ୍ର ବାବଦରେ ବୁଝୁଥିଲେ । କିନ୍ତୁ PEO ଗାୟତ୍ରୀ ଜୟପୁରୀଆ କାଗଜପତ୍ର ଠିକ କରିଦେବାକୁ 6 ହଜାର ଟଙ୍କା ଲାଞ୍ଚ ମାଗିବାରୁ ପୁଅ ନୀତିଶ ଏ ବାବଦରେ ଭିଜିଲାନ୍ସ ବିଭାଗକୁ ଖବର ଦେଇଥିଲେ ।
ମଙ୍ଗଳବାର ଦିନ ବଣେଇର ଏକ ବ୍ୟାଙ୍କ ସମ୍ମୁଖରେ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଅଧିକାରୀଙ୍କ ହାତରେ ଧରାପଡିଥିଲେ ଗାୟତ୍ରୀ ।
ରାଉରକେଲାରୁ ରାଜେନ୍ଦ୍ର ନାଥ, ଇଟିଭି ଭାରତ
TAGGED:
executive officer