ରାଉରକେଲା: ହାତୀ ଛୁଆକୁ ଫାଶ ପକାଇ ହତ୍ୟା ଘଟଣାରେ ଶିକାରୀ ଗିରଫ । ଅଭିଯୁକ୍ତ ଶିକାରୀ ନିକଟରୁ ରାଉରକେଲା ବନବିଭାଗ ଧନୁ ତୀର, ହରିଣ ସିଙ୍ଗ, ବାରହା ଦାନ୍ତ ଓ ଫାଶ ଆଦି ଜବତ କରାଯାଇଛି ।
ସୂଚନାଥାଉକି ରାଉରକେଲା ବନଖଣ୍ଡ ଅନ୍ତର୍ଗତ ସାନ ଦୋଲାକୁଦର ଜଙ୍ଗଲରେ ଏକ ଛୁଆ ହାତୀକୁ ଫାଶ ପକାଇ ହତ୍ୟା କରାଯାଇଥିଲା । ଏନେଇ ବନ ବିଭାଗ ରୁପୁ ବାର୍ଲା ନାମକ ଜଣେ ଶିକାରୀକୁ ଗିରଫ କରିଛି । ସେ ହାତୀକୁ ଫାଶ ପକାଇ ହତ୍ୟା କରିଥିବା ସ୍ବୀକାର କରିଛି । ଏହାପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।