ଓଡିଶା

odisha

By

Published : Nov 29, 2019, 3:14 PM IST

ETV Bharat / city

ଭିଡ ଭିତରୁ ଘୋଷାଡି ଆଣି 2 ଜଣଙ୍କୁ କଚାଡି ମାରିଲା ଦନ୍ତା

ହାତୀ ଆକ୍ରମଣରେ ସୁନ୍ଦରଗଡ ଜିଲ୍ଲାରେ 2 ଜଣ ମୃତ । ପଢନ୍ତୁ ସମ୍ପର୍ଣ୍ଣ ଖବର...

elephant attack
ଭିଡ ଭିତରୁ ଘୋଷାଡି ଆଣି 2 ଜଣଙ୍କୁ କଚାଡି ମାରିଲା ଦନ୍ତା

ରାଉରକେଲା: ଆତଙ୍କ ଖେଳାଇଛି ହାତୀ । ଗୋଟିଏ ରାତିରେ ଦୁଇ ଜଣଙ୍କୁ କଚାଡି ମାରିଲା ଦନ୍ତା । ଏଭଳି ଏକ ହୃଦୟଥରା ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲାରେ । ଗୋଟିଟାଙ୍ଗରଠାରେ ଜଣଙ୍କୁ ଓ କୁତ୍ରାଠାରେ ଅନ୍ୟ ଜଣଙ୍କୁ ଭିଡ ଭିତରୁ ଘୋଷାଡି ନେଇ ଦନ୍ତାହାତୀ ମାରିଦେଇଥିବା ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଭିଡ ଭିତରୁ ଘୋଷାଡି ଆଣି 2 ଜଣଙ୍କୁ କଚାଡି ମାରିଲା ଦନ୍ତା

ସୂଚନାନୁଯାୟୀ, ଗତକାଲି ରାତିରେ ଓଡ଼ଗାଁରୁ ମହମ୍ମଦ ମସୂଦ ଆଲାମ ନାମକ ବ୍ୟକ୍ତି କିଛି ଲୋକଙ୍କ ସହ ଅଟୋରେ ଫେରୁଥିଲେ । ହଠାତ ନୂଆଗାଁ ବ୍ଲକ ଗୋଟି ଟାଙ୍ଗରଠାରେ ହାତୀପଲର ସାମନା ହୋଇଥିଲେ । ହାତୀ ଦେଖି ଅଟୋ ଛାଡି ସମସ୍ତେ ଦୌଡ଼ି ପଳାଇଥିଲେ । ହେଲେ ଏକ ଦନ୍ତାହାତୀ ଦୌଡୁଥିବା ଲୋକଙ୍କ ମଧ୍ୟରୁ ମସୂଦକୁ ଆଣି କଚାଡି ମାରି ଦେଇଥିଲା । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିଲା । ବିରମିତ୍ରପୁର ବନବିଭାଗ ପହଞ୍ଚି ହାତୀ ଘଉଡାଇବାକୁ ଉଦ୍ୟମ କରୁଛନ୍ତି । ମୃତ ମସୂଦ ବିଶ୍ରା ଅଞ୍ଚଳର ବୋଲି ଜଣାପଡିଛି ।

ସେହିପରି ଆଉ ଏକ ଘଟଣାରେ ସୁନ୍ଦରଗଡ଼ ଜିଲ୍ଲାର କୁତ୍ରାଠାରେ ଏକ ହାତୀ ପଲ ପଶିଆସିଥିବା ଖବର ପାଇ ଗ୍ରାମବାସୀମାନେ ନିଆଁ ହୁଳା, ବାଟୁଳି ଧରି ହାତୀ ଘଉଡ଼ାଇବାକୁ ଉଦ୍ୟମ କରୁଥିଲେ । ଏତିକି ବେଳେ ଏକ ଦନ୍ତା ହାତୀ ବୁଲି ପଡ଼ି ଜଣେ ବ୍ୟକ୍ତିଙ୍କୁ ଘୋଷଡି ନେଇ କଚାଡି ମାରିଦେଇଥିଲା । ପରେ ବନବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀ ଙ୍କୁ ଘଞ୍ଚ ଜଙ୍ଗଲ ମଧ୍ୟକୁ ଘଉଡାଇବାକୁ ଉଦ୍ୟମ କରୁଛନ୍ତି ।

ହାତୀ ଆକ୍ରମଣରେ ଗୋଟିଏ ରାତିରେ ଦୁଇଟି ସ୍ଥାନରେ ଦୁଇଜଣଙ୍କ ମୃତ୍ୟୁ ଘଟଣା ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details