ରାଉରକେଲା: ଅସୁରକ୍ଷିତ ଗଜରାଜ । ରାଉରକେଲା ୠତୁକୁପେଡି ସାନଡୋଲାକୁଦୁର ଜଙ୍ଗଲରେ ହାତୀ ଛୁଆର ମୃତଦେହ ଉଦ୍ଧାର ହୋଇଛି । ହତ୍ୟା ସନ୍ଦେହ କରି ବନ ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛି।
ତେବେ ରାତିରେ ଫାଶ ବିଛା ଯାଇ ହାତୀର ହତ୍ୟା କରାଯାଇଥିବା ନେଇ ସନ୍ଦେହ କରୁଛି ବନବିଭାଗ । ହାତୀ ଛୁଆର ଗଳାରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି ।