ରାଉରକେଲା: ଦୁଇ ହାତୀଙ୍କ କଳିରେ ବଳିପଡିଲା ହାତୀ ଛୁଆ । ଏଭଳି ଅଘଟଣ ଘଟିଛି ରାଉରକେଲା ହାତୀବାଡି ଅଞ୍ଚଳର ନଦୀଟୋଲା ରାଣୀ ବଗିଚାରେ ।
ସୂଚନାନୁସାରେ, ବୁଧବାର ରାତିରେ ହାତୀପଲଙ୍କ ଭିତରେ ହାତୀଛୁଆଟି ଯାଉଥିଲା । ଏହି ସମୟରେ ଦୁଇ ହାତୀଙ୍କ ମଧ୍ୟରେ କଳହ ଲାଗିଥିଲା । ଉଭୟଙ୍କ କଳହରେ ହାତୀଛୁଆ ଚାପି ହୋଇଯାଇଥିଲା । ହାତୀଛୁଆଟିର ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଛି ।