ଓଡିଶା

odisha

ETV Bharat / city

ରାଉରକେଲାରେ କୁକୁର ଆତଙ୍କ: ଆରମ୍ଭ ହେଲା କୁକୁର ଧରା ଅଭିଯାନ - ରାଉରକେଲାରେ ଆତଙ୍କ ଖେଳାଇଛନ୍ତି ପାଗଳ କୁକୁର

କୁକୁରଙ୍କ ଉତ୍ପାତର ମୁକାବିଲା ପାଇଁ ମଙ୍ଗଳବାର ଠାରୁ ରାଉରକେଲା ମହାନଗର ନିଗମ ପକ୍ଷରୁ କୁକୁର ଧରା ଅଭିଯାନ ଆରମ୍ଭ ହୋଇଛି। କିନ୍ତୁ ସହରର ସବୁଆଡେ ଫାଷ୍ଟଫୁଡ ଦୋକାନ ଖୋଲା ହୋଇଥିବାରୁ ଏହି ପରିସ୍ଥିତି ଉତ୍ପନ୍ନ ହେଉଥିବା ପବ୍ଲିକ ହେଲଥ ବିଭାଗର ଡାକ୍ତର କହିଛନ୍ତି। ଅଧିକ ପଢନ୍ତୁ...

dog
ଆରମ୍ଭ ହୋଇଛି କୁକୁର ଧରା ଅଭିଯାନ

By

Published : Jan 28, 2020, 7:09 PM IST

ରାଉରକେଲା: ସହରରେ ଆତଙ୍କ ଖେଳାଇଛନ୍ତି କୁକୁର । ଫଳରେ ଲୋକେ ଘରୁ ବାହାରିବାକୁ ଡରୁଥିବାବେଳେ ପିଲାମାନେ ସ୍କୁଲ ଯାଉନାହାନ୍ତି। ଦେଖିବାକୁ ଗଲେ ସହରରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି। 3 ଦିନ ଭିତରେ 300 ଲୋକଙ୍କୁ କାମୁଡି ଖଣ୍ଡିଆ ଖାବରା କରୁଛନ୍ତି ଏହି କୁକୁର ମାନେ ।

ଆରମ୍ଭ ହୋଇଛି କୁକୁର ଧରା ଅଭିଯାନ

ଯାହାକୁ ନେଇ ମଙ୍ଗଳବାର ରାଉରକେଲା ମହାନଗର ନିଗମ ପକ୍ଷରୁ କୁକୁର ଧରା ଅଭିଯାନ ଆରମ୍ଭ ହୋଇଛି । ତେବେ 2 ଦିନ ଭିତରେ 230 ଲୋକଙ୍କୁ କୁକୁର କାମୁଡା ଇଞ୍ଜେକସନ ଦିଆଯାଇଥିବା ବେଳେ ମଙ୍ଗଳବାର ଦ୍ବିପହର ସୁଦ୍ଧା 107 ଲୋକ ଇଞ୍ଜେକସନ ନେଇଥିବା ଜଣାପଡିଛି।

ସରକାରୀ ହସ୍ପିଟାଲର ପବ୍ଲିକ ହେଲଥ ବିଭାଗର ଡାକ୍ତର ରଜତ ସଉଦ୍ବାଲଙ୍କ କହିବାନୁଯାୟୀ, ସହରରେ ଫାଷ୍ଟ ଫୁଡ ଦୋକାନକୁ ଗୋଟିଏ ଜାଗାରେ କରି ଅଇଁଠାକୁ ଏଣେତେଣେ ନ ଫିଙ୍ଗିଲେ କୁକୁରଙ୍କ ଉତ୍ପାତକୁ ରୋକି ହେବ। ତେବେ ଲୁଣର ପ୍ରଭାବରେ ଜୀବଜନ୍ତୁ ମାନେ ହିଂସ୍ର ହୋଇଥାନ୍ତି। ତେଣୁ କୁକୁର ମାନେ ମଧ୍ୟ ସେଥିପାଇଁ ହିଂସ୍ର ହେଉଛନ୍ତି । ଏଥିପାଇଁ ମହାନଗର ନିଗମକୁ ଏହା ଉପରେ ଗୁରୁତ୍ବ ଦେବା ନେଇ ସେ କହିଛନ୍ତି ।

ସହରରେ ମଧ୍ୟ ବିଚିତ୍ର ପରିସ୍ଥିତି ରହିଛି। କିଛି ଅଞ୍ଚଳର ଦାୟିତ୍ବ ରାଉରକେଲା ଇସ୍ପାତ କାରଖାନା ପ୍ରଶାସନ ପାଖରେ ରହିଥିବା ବେଳେ ଆଉ କେତେକ ଅଞ୍ଚଳ ରେଳ ପ୍ରଶାସନ ଅଞ୍ଚଳରେ ରହିଛି। ପୁଣି ଆଉ କେତେକ ଅଞ୍ଚଳ ମହାନଗର ନିଗମ ଅଧିନରେ ରହିଛି। ଏହିଭଳି ପରିସ୍ଥିତିରେ ସମନ୍ବୟର ମଧ୍ୟ ଅଭାବ ଦେଖାଯାଉଛି।

ରାଉରକେଲାରୁ ରାଜେନ୍ଦ୍ର ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details