ରାଉରକେଲା : ସୁନ୍ଦରଗଡର ଟେନ୍ସା ଠାରେ ଥିବା ଏସବିଆଇ ଶାଖାରେ ଗ୍ରାହକଙ୍କୁ ସେବା ମିଳିବାରେ ଦେଖାଦେଇଛି ସମସ୍ୟା । ଖଣିଖାଦାନ ଭରା ଏହି ଅଞ୍ଚଳର ଗ୍ରାହକ ବ୍ୟାଙ୍କ ସେବା ପାଇବାରେ ବିଭିନ୍ନ ଅସୁବିଧାର ସାମ୍ନା କରୁଥିବା ଅଭିଯୋଗ ହୋଇଛି।
ଏହି ବ୍ୟାଙ୍କରେ ମୋଟ 2 ଜଣ ଷ୍ଟାଫ ଅଛନ୍ତି। ଯାହା ଫଳରେ ସେମାନେ ପ୍ରତିଦିନ ଆସୁଥିବା ଗ୍ରାହକଙ୍କୁ ଆବଶ୍ୟକୀୟ ସେବା ଯୋଗାଇ ପାରୁନାହାଁନ୍ତି। ଏଭଳି ସ୍ଥିତିରେ ବ୍ୟାଙ୍କ ଆବଶ୍ୟକୀୟ ପରିମାଣର ଟଙ୍କା ଗ୍ରାହକଙ୍କୁ ଦେଇ ପାରୁନାହିଁ।
ଏହାର ଏଟିଏମ ବନ୍ଦ ରହିଛି। ଦରକାର ମୁତାବକ ଟଙ୍କା ନଥିବାରୁ ଗ୍ରାହକ ପ୍ରତିଦିନ ଆସି ଫେରି ଯାଉଛନ୍ତି। ଯେଉଁ ଗ୍ରାହକ 25 ହଜାରର ଚେକ ଦେଉଛନ୍ତି ତାଙ୍କୁ ଟଙ୍କା ନଥିବା ଦର୍ଶାଇ 5 ରୁ 10 ହଜାର ଟଙ୍କା ଦିଆଯାଉଥିବା ଅଭିଯୋଗ ହେଉଛି।