ସୁନ୍ଦରଗଡ଼:ସହାୟ ଯୋଜନାରେ RGHରେ ଖୋଲିଲା ଡାୟଲିସିସ୍ ୟୁନିଟ । ଏଣିକି କିଡନୀ ରୋଗୀଙ୍କୁ ମିଳିବ ମାଗଣା ସେବା । ମାତୃ ଓ ଶିଶୁ ଚିକିତ୍ସାଳୟ (ଏମସିଏଚ୍) ପରିସରରେ ଏହି ୨୪ ଘଣ୍ଟିଆ ସେବା ମାଗଣାରେ କିଡନୀ ରୋଗୀଙ୍କୁ ମିଳିପାରିବ।
ଶୁକ୍ରବାର ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏହି ସେବାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ସରକାରଙ୍କ ଉଦ୍ୟମ ଯୋଗୁଁ ଆରଜିଏଚରେ ଡାୟଲିସିସ୍ ୟୁନିଟ୍ ଖୋଲି ପାରିଛି । ଏହି ଅତ୍ୟାଧୁନିକ ବ୍ୟବସ୍ଥା ଯୋଗୁଁ ରାଉରକେଲା ଏବଂ ଆଖପାଖ ଅଞ୍ଚଳର କିଡନୀ ରୋଗୀ ଉପକୃତ ହେବେ। ଡାୟାଲିସିସ୍ ପାଇଁ ରୋଗୀମାନେ ଯେଉଁ ଅସୁବିଧା ଭୋଗୁଥିଲେ ତାହା ଏବେ ଦୂର ହୋଇପାରିବ ।"
ସେପଟେ ଏହାକୁ ନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ କହିଛନ୍ତି ଯେ, ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାୟାଲିସିସ୍ ସୁବିଧା ରହିଥିଲା । RGHରେ ଏହି ସେବା ଶୁଭାରମ୍ଭ କରାଯାଇଛି । ରୋଗୀମାନେ ଯେପରି ଉନ୍ନତ ମାନର ସ୍ୱାସ୍ଥ୍ୟସେବା ପାଇବେ ସେଥିଲାଗି ପ୍ରଶାସନ ପକ୍ଷରୁ ସବୁବେଳେ ନୂଆ ନୂଆ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ।