ଓଡିଶା

odisha

ETV Bharat / city

ଜୁଏଲଙ୍କ ବାସଭବନରେ ଧର୍ମେନ୍ଦ୍ର-ପ୍ରତାପ

କୌଣସି ପଦ ନପାଇ ନିରାଶ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ତେବେ କ୍ୟାବିନେଟର ମନ୍ତ୍ରୀମଣ୍ଡଳ ଘୋଷଣା ହେବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ଶୁକ୍ରବାର ଦିଲ୍ଲୀସ୍ଥିତ ଜୁଏଲଙ୍କ ବାସଭବନରେ ତାଙ୍କୁ ସାକ୍ଷାତ କରିଛନ୍ତି ।

By

Published : May 31, 2019, 3:22 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଆରମ୍ଭ ହୋଇଛି ମୋଦି ସରକାର 2.0 । ଏନେଇ ବଣ୍ଟା ସରିଛି କ୍ୟାବିନେଟର ମନ୍ତ୍ରୀ ଦାୟିତ୍ବ । ହେଲେ କୌଣସି ପଦ ନପାଇ ନିରାଶ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ତେବେ କ୍ୟାବିନେଟର ମନ୍ତ୍ରୀମଣ୍ଡଳ ଘୋଷଣା ହେବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ଶୁକ୍ରବାର ଦିଲ୍ଲୀସ୍ଥିତ ଜୁଏଲଙ୍କ ବାସଭବନରେ ତାଙ୍କୁ ସାକ୍ଷାତ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଏହି ସୌଜନ୍ୟମୂଳକ ସାକ୍ଷାତରେ ଧର୍ମେନ୍ଦ୍ର ଓ ପ୍ରତାପଙ୍କ ସମେତ ଅରୁଣ ସିଂ ଓ ଅନ୍ୟ ବରିଷ୍ଠ ନେତା ତଥା କେ ଭି ସିଂଦେଓ, ସଙ୍ଗୀତା ସିଂଦେଓ ଓ ମନମୋହନ ସାମଲ ଉପସ୍ଥିତ ରହିଥିଲେ । ତେବେ ଆଗାମୀ 5 ବର୍ଷ ପାଇଁ ଗତ ବର୍ଷ ତୁଳନାରେ ଅଧିକ ଲୋକଙ୍କୁ ଦାୟିତ୍ବ ଦିଆଯାଇଥିବାରୁ ଖୁସି ଜାହିର କରିଛନ୍ତି ଜୁଏଲ ।

ଏଥିସହ କ୍ୟାବିନେଟରେ ପୁନର୍ବାର ସ୍ଥାନ ପାଇଥିବା ଧର୍ମେନ୍ଦ୍ରଙ୍କ ସମେତ ପ୍ରଥମ ଥର ସାମିଲ ହୋଇଥିବା ପ୍ରତାପଙ୍କୁ ମିଠା ଖୁଆଇ ସ୍ବାଗତ କରିଛନ୍ତି ଜୁଏଲ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details