ଓଡିଶା

odisha

ETV Bharat / city

ନବରାତ୍ରୀର ଶେଷଦିନ, ରାଉରକେଲା ବୈଷ୍ଣୋଦେବୀ ପୀଠକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ

ନବରାତ୍ରୀର ଶେଷ ଦିନ । ମଣ୍ଡପ ହେଉ କି ପୀଠ ସବୁଠି ଭକ୍ତଙ୍କ ସମାଗମ । ରାଉରକେଲା ବୈଷ୍ଣୋ ଦେବୀଙ୍କ ନିକଟକୁ ମଧ୍ୟ ଶତାଧିକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି ।

By

Published : Oct 7, 2019, 3:19 PM IST

Updated : Oct 7, 2019, 4:57 PM IST

ମା' ବୈଷ୍ଣୋ ଦେବୀ

ରାଉରକେଲା: ଧରାପୃଷ୍ଠରେ ଚାଲିଛି ମା' ଜଗତ ଜନନୀଙ୍କ ପୂଜାର୍ଚ୍ଚନା । ପୀଠରୁ ମଣ୍ଡପ ସବୁଠି ଭକ୍ତଙ୍କ ସମାଗମ । ମଣ୍ଡପରେ ମହାମାୟାଙ୍କ ମହାନବମୀ ଓ ପୀଠରେ ଦଶମୀ ପୂଜା କରୁଛନ୍ତି ଭକ୍ତବତ୍ସଳ । ଆଜିର ଏହି ଦିନରେ ରାଉରକେଲାର ଦୁର୍ଗାପୁର ପାହାଡ ଉପର ଗୁମ୍ପାରେ ମା' ବୈଷ୍ଣୋ ଦେବୀଙ୍କ ଦର୍ଶନ କରୁଛନ୍ତି ଶତାଧିକ ଶ୍ରଦ୍ଧାଳୁ ।

ଦୁର୍ଗାପୁର ପାହାଡ ଉପର ଗୁମ୍ପାରେ ମା' ବୈଷ୍ଣୋ ଦେବୀଙ୍କ ଦର୍ଶନ କରୁଛନ୍ତି ଶତାଧିକ ଶ୍ରଦ୍ଧାଳୁ

ଆଜି ନବରାତ୍ରୀର ଶେଷ ଦିନ । ସବୁ ଶକ୍ତିପୀଠରେ ଚାଲିଛି ମହାନବମୀ ପୂଜା । ଏହି ଦିନରେ ମା'ଙ୍କ ଦର୍ଶନ ଲାଗି ବୈଷ୍ଣୋ ମନ୍ଦିରକୁ ଛୁଟି ଆସିଛନ୍ତି ଶ୍ରଦ୍ଧାଳୁ । ଦୂର ଦୁରାନ୍ତରୁ ଶତାଧିକ ଶ୍ରଦ୍ଧାଳୁ ଆସି ମା'ଙ୍କ ଦର୍ଶନ କରିବା ସହ ଆର୍ଶୀବାଦ ନେଇଛନ୍ତି । ଆଉ ବିଶ୍ବାସ ରହିଛି, ନବରାତ୍ରୀରେ ମା'ଙ୍କ ଦୁର୍ଲଭ ରୂପକୁ ଦର୍ଶନ କଲେ ମନସ୍କାମନା ପୁରା ହୋଇଥାଏ ।

ବଡି ଭୋରରୁ ରାତି ଯାଏଁ ଠିକ୍ ଏମିତି ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥାଏ । ତେଣୁ ଭକ୍ତଙ୍କ ଭିଡକୁ ଦେଖି ମନ୍ଦିର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରିଛନ୍ତି।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Last Updated : Oct 7, 2019, 4:57 PM IST

ABOUT THE AUTHOR

...view details