ଓଡିଶା

odisha

ETV Bharat / city

କୋଭିଡ ଆଇନ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

କୋରୋନା ସମୟରେ ସଚେତନ ରହିବା ସହ କେତେକ ନିୟମ ପାଳନ କରିବାକୁ ଗାଇଡଲାଇନ ଜାରି କରାଯାଇଛି । ହେଲେ ଏହାକୁ ରାଉରକେଲାରେ କିଛି ଲୋକ ନମାନିଥିବାରୁ ସହରବାସୀଙ୍କ ସୁରକ୍ଷା ଚିନ୍ତା କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଓକିଲ ସଂଘ । ଅଧିକ ପଢନ୍ତୁ...

କୋଭିଡ ଆଇନ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
କୋଭିଡ ଆଇନ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

By

Published : Jun 11, 2020, 3:58 PM IST

ରାଉରକେଲା: ରାଜ୍ୟରେ ଏବେ କୋରୋନା ପ୍ରକୋପ ଜାରି ରହିଛି । ଏପରି ସମୟରେ କୋଭିଡ ଆଇନ କାର୍ଯ୍ୟକାରୀ ହେଉଛି । କିନ୍ତୁ ଏହାର ବ୍ୟତିକ୍ରମ ଦେଖାଦେଇଛି ରାଉରକେଲା ସହରରେ । ସୂଚନାନୂସାରେ, ଜୁନ 8 ତାରିଖରେ କୋଭିଡ ଗାଇଡ ଲାଇନକୁ ଅବମାନନା କରି ହଜାର ହଜାର ଲୋକ ଏକ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ । ହେଲେ ପୋଲିସ ଏ ବାବଦରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଅଭିଯୋଗ ଆଣିଛି ରାଉରକେଲା ଓକିଲ ସଂଘ ।

ଏ ଘଟଣାରେ ଆଇନ ଶୃଙ୍ଖଳା ରକ୍ଷା କରିବା ଏବଂ ଆଇନ ଶୃଙ୍ଖଳା ଭଙ୍ଗ କରୁଥିବା ଲୋକଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବାରୁ ଓକିଲ ସଂଘ ରାଉରକେଲା ଏସପିଙ୍କ ବଦଳି ଦାବି କରିଛି ।

ସହରରେ କୋଭିଡ ଆଇନ କାର୍ଯ୍ୟକାରୀ ହେଉ ନ ଥିବାରୁ ଆଗକୁ ରାଉରକେଲାରେ ଏହି ମହାମାରୀ ବ୍ୟାପିବାର ଆଶଙ୍କା କରାଯାଇଛି । ଏ ସଂକ୍ରାନ୍ତରେ ସଂଘ ପକ୍ଷରୁ ଏକ ଦାବିପତ୍ର ପାନପୋଷ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details