ରାଉରକେଲା: ବେଆଇନ ଖଣି ଖନନ ମାମଲାରେ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଏହି ମାମଲାରେ କ୍ରାଇମବ୍ରାଞ୍ଚ ପ୍ରତାପ ପ୍ରସାଦଙ୍କ କାଗଜ ପତ୍ର ଯାଞ୍ଚ ପାଇଁ ନୋଟିସ୍ ଦେଇଥିଲା । ହେଲେ ପ୍ରତାପ ନିଜେ କାଗଜପତ୍ର ଯାଞ୍ଚ କରିବା ବଦଳରେ ଅନ୍ୟ ଲୋକଙ୍କ ହାତରେ କାଗଜ ଯାଞ୍ଚ ପାଇଁ ପଠାଇଥିବା ସୂଚନା ରହିଛି।
ସୂଚନା ଅନୁସାରେ, ଗତ ଶୁକ୍ରବାର କ୍ରାଇମବ୍ରାଞ୍ଚର ଜଣେ ଡିଏସପି ତଥା ଇନ୍ସପେକ୍ଟର ସ୍ତରର ଅଫିସର, ଆରଆଇ ଓ ଫରେଷ୍ଟ ଗାର୍ଡକୁ ନେଇ ପଚରାଉଚରା କରିଥିଲେ । ତେବେ ପଚରାଉଚରା ସମୟରେ ଏହା ସ୍ପଷ୍ଟ ହୋଇଥିଲା କି ଏକ ବିଲ ଜାଗାରେ ଜଣେ ପଥର ଖଣି ଲିଜ ନେଇ ଖଣି ଖନନ କରୁଥିଲେ । ତେବେ ଲିଜ୍ ସ୍ଥାନରେ ସେ କିଛି ଉତ୍ତୋଳନ ନ କରି ଅନ୍ୟ ସ୍ଥାନରେ ପଥରଖଣି ଚଳାଇ ଆସୁଥିବା ଅଭିଯୋଗ ହୋଇଛି।