ରାଉରକେଲା: ଆସୁଛି ଗଣେଶ ପୂଜା । ଗଣପତି ବାବାଙ୍କ ପୂଜା ପାଇଁ ରାଉରକେଲା ସହରର ରହିଛି ନିଆରା ପ୍ରସିଦ୍ଧି । ରାଉରକେଲା ସହର ସମେତ ରାଜଗାଙ୍ଗପୁର, ବୀରମିତ୍ରପୁର ଅଞ୍ଚଳରେ ଗଣେଶ ପୂଜା ଧୂମଧାମରେ ପାଳନ ହୁଏ ।
ବଡ ମୂର୍ତ୍ତୀ, ଆକର୍ଷଣୀୟ ତୋରଣ, ସାଜସଜ୍ଜା, ବଡ଼ ପେଣ୍ଡାଲ, ଗେଟ୍, ମୀନାବଜାର, ଦୋଳି ଆଦିରେ ବିଭିନ୍ନ ପୂଜା ମଣ୍ଡପ ପରସ୍ପର ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳେ । ତେବେ ଚଳିତ ବର୍ଷ କୋରୋନା ମହାମାରୀ ଓ କଟକଣାର ଭୟ ମଧ୍ୟରେ ସବୁକିଛି ଆଶା ଆଶଙ୍କାରେ ରହିଛି ।
କୋରୋନା କଟକଣା: ଗଢାହେଉନି ବଡ ମୂର୍ତ୍ତି, ନିରାଶ କାରିଗର କାରିଗରମାନେ ବଡ଼ ମୂର୍ତ୍ତି ତିଆରି କରିବାକୁ ସଠିକ୍ ମଣି ନାହାଁନ୍ତି । ସାଜସଜ୍ଜା ସହ ବଡ ପୂଜା ମଣ୍ଡପ ଗୁଡିକରେ ପୂଜା ହେବା ନେଇ ଆଶଙ୍କା ଥିବାରୁ, କାରିଗରମାନେ ନିରାଶ ଅଛନ୍ତି । ମୂର୍ତ୍ତି ନିର୍ମାଣ କାମ ପାଇଁ କୋଲକାତାରୁ କାରିଗର ଆସି ନାହାଁନ୍ତି । ସ୍ଥାନୀୟ ଶିଳ୍ପୀ ମାନେ ଛୋଟ ମୂର୍ତ୍ତି ଆକାରରେ କାମ ଆରମ୍ଭ କରିଛନ୍ତି । ଘରେ ପୂଜା କରିବା ପାଇଁ ଲୋକେ ବଡ ମୂର୍ତ୍ତି ଅପେକ୍ଷା ନିଶ୍ଚୟ ଛୋଟ ମୂର୍ତ୍ତି କିଣିବେ ବୋଲି ସେମାନେ ଆଶା ରଖିଛନ୍ତି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ