ରାଉରକେଲା: ରାଜ୍ୟରେ କୋରୋନାର ପ୍ରସାର ଦ୍ରୁତଗତିରେ ହେଉଥିବା ବେଳେ ଏହାର ମୁକାବିଲା ପାଇଁ କିଣାଯାଇଥିବା ସାମଗ୍ରୀରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ମାମଲାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ସିପିଆଇଏମ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ରାଉରକେଲା ଏବଂ ବଣେଇରେ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଲକଡାଉନ ସମୟରେ ଚାଷୀଙ୍କ ଋଣ ଛାଡ, ରାଜ୍ୟକୁ ଫେରିବାକୁ ପ୍ରବାସୀ ଶ୍ରମିକ ଖର୍ଚ୍ଚ କରିଥିବା ଟଙ୍କା ଫେରସ୍ତ , ମନରେଗା ଯୋଜନାର ଶ୍ରମିକଙ୍କୁ 300 ଟଙ୍କା ମଜୁରୀ ଏବଂ ବର୍ଷକୁ 200 ଦିନ କାମର ଗ୍ୟାରେଣ୍ଟି ଆଦି ଦେବାକୁ ଦାବି କରାଯାଇଛି ।