ରାଉରକେଲା :ରାଉରକେଲା ବିଶ୍ରା ଛକରେ ଗୋ ଚାଲାଣକୁ ନେଇ ଉତ୍ତେଜନା । ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ସୂଚନା ଅନୁସାରେ, ଏକ ପିକଅପ ଭ୍ୟାନରେ ଗୋ ଚାଲାଣ ହେଉଥିବା ଖବର ପାଇ ଗୋ ରକ୍ଷକ ସଂସ୍ଥାର ସଦସ୍ୟମାନେ ଭ୍ୟାନକୁ ଅଟକାଇ ଥିଲେ । ଭ୍ୟାନରୁ 11ଟି ଗୋରୁକୁ ଉଦ୍ଧାର କରିଥିଲେ । ଗୋ ଚାଲାଣକୁ କେନ୍ଦ୍ରକରି ଉଭୟ ପକ୍ଷ ମଧ୍ୟରେ ବଚସା ହେବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଫଳରେ ଗୋ ରକ୍ଷକ ସଦସ୍ୟମାନେ ଭ୍ୟାନକୁ ଭଙ୍ଗାରୁଜା କରିଥିଲେ ।
ଗୋ ଚାଲାଣକୁ ନେଇ ଉତ୍ତେଜନା, ଜଣେ ଅଟକ - ଗୋ ଚାଲାଣକୁ ନେଇ ଉତ୍ତେଜନା, ଜଣେ ଅଟକ
ରାଉରକେଲା ବିଶ୍ରା ଛକରେ ଗୋ ଚାଲାଣକୁ ନେଇ ଉତ୍ତେଜନା । ଜଣେ ଅଟକ, ଅନ୍ୟ ଜଣେ ଫେରାର । ଅଧିକ ପଢନ୍ତୁ....
ଗୋ ଚାଲାଣକୁ ନେଇ ଉତ୍ତେଜନା, ଜଣେ ଅଟକ
ଗୋ ଚାଲାଣକୁ ନେଇ ଉତ୍ତେଜନା, ଜଣେ ଅଟକ
ଖବରପାଇ ପ୍ଲାଣ୍ଟ ସାଇଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହ ଜଣକୁ ଅଟକ ରଖିଛି। ଅନ୍ୟ ଜଣେ ଫେରାର ହୋଇଯାଇଛି । ଏ ବାବଦରେ ପ୍ଲାଣ୍ଟ ସାଇଟ ଥାନାରେ ଏକ ମାମଲା ରୁଜୁ ହୋଇଛି । ସେହିପରି ରବିବାର ଗୋ ମାଂସ ଚାଲାଣକୁ ନେଇ ପାନପୋଷ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା ଏବଂ ରଘୁନାଥପାଲି ପୋଲିସ 3 ଜଣ ଗୋମାଂସ ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ