ରାଉରକେଲା:ସାର ନେବା ପାଇଁ କୋରୋନା କଟକଣାକୁ ଭୁଲିଗଲେ ଲୋକେ । ନା ଲୋକ ମାନୁଥିଲେ ସାମାଜିକ ଦୂରତା ନା ମୁହଁରେ ଥିଲା ମାସ୍କ । ଅବଶ୍ୟ କିଛି ଲୋକ ମାସ୍କ ପିନ୍ଧିଥିଲେ କିନ୍ତୁ ସଠିକ ଢଙ୍ଗରେ ନୁହେଁ । କୋଭିଡ ଗାଇଡ଼ ଲାଇନର ସମ୍ପୂର୍ଣ୍ଣ ଉଲଂଘନ କରୁଥିଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ସାର ବଣ୍ଟନ କେନ୍ଦ୍ରର । ବଣେଇ ଉପଖଣ୍ଡର ରାଜମୁଣ୍ଡା ଆରସିଏମଏସ ପରିସରରେ ଶୁକ୍ରବାର ଦିନ ଏପରି ଭିଡ଼ ଦେଖିବାକୁ ମିଳିଥିଲା । ସମସ୍ତ ଚାଷୀ ସାର ନେବାକୁ ଆସିଥିଲେ ସତ ହେଲେ ସାମାଜିକ ଦୂରତା ଭୁଲି ଯାଇଥିଲେ । ବିଭିନ୍ନ ଆରସିଏମଏସ କେନ୍ଦ୍ରରେ ସରକାରଙ୍କ ତରଫରୁ ସାର ବଣ୍ଟନ କରାଯାଉଛି। 500 ବସ୍ତା ସାର ଆସିଲେ ସାର ନେବାକୁ ଆସୁଛନ୍ତି ପାଞ୍ଚ ହଜାର ଚାଷୀ । ଫଳରେ ଏହି କେନ୍ଦ୍ର ମାନଙ୍କରେ ପ୍ରବଳ ଭିଡ ରହୁଛି ।
ସାର ନେବା ପାଇଁ କୋରୋନା କଟକଣାକୁ ଭୁଲିଗଲେ ଲୋକେ - କୋଭିଡ କଟକଣାକୁ ଫୁ
କୋଭିଡ କଟକଣାକୁ ଫୁ । ସୁନ୍ଦରଗଡରେ ସାର ନେବା ପାଇଁ କୋରୋନା କଟକଣାକୁ ଭୁଲିଗଲେ ଲୋକେ । ସାର ବଣ୍ଟନ କେନ୍ଦ୍ରରେ ଅସମ୍ଭାଳ ଭିଡ, ଚାଷୀ ଭୁଲିଗଲେ ସାମାଜିକ ଦୂରତା । ଅଧିକ ପଢନ୍ତୁ.....
କୋଭିଡ କଟକଣାକୁ ଫୁ,ସାର ନେବା ପାଇଁ କୋରୋନା କଟକଣାକୁ ଭୁଲିଗଲେ ଲୋକେ
ଖୁଣ୍ଟଗାଁ ସାର ବଣ୍ଟନ କେନ୍ଦ୍ରରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଥିଲା । ଏପରିକି ପୋଲିସ ଓ ସରକାରୀ ଅଧିକାରୀ ଭିଡ଼ କମେଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ଦୁଇ ଦିନ ତଳେ ସୁନ୍ଦରଗଡ଼ ଆରସିଏମଏସ ପରିସରରେ ସାର ବଣ୍ଟନ ବେଳେ ଏହିପରି ଅବ୍ୟବସ୍ଥା ହୋଇଥିଲା । ସାର ନେବା ପାଇଁ ପ୍ରବଳ ଲୋକଙ୍କ ଭିଡ ଲାଗିଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ, କୋଭିଡ କଟକଣା ମଧ୍ୟ ଭୁଲି ଯାଇଥିଲେ ସଭିଏଁ ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ