ଓଡିଶା

odisha

ETV Bharat / city

ରାଉରକେଲାରେ ଉଦ୍ଘାଟିତ ହେଲା 200 ଶଯ୍ୟା ବିଶିଷ୍ଟ କୋଭିଡ 19 ହସ୍ପିଟାଲ - ରାଉରକେଲା ହାଇଟେକ ମେଡିକାଲ

ଶୁକ୍ରବାର ଦିନ ରାଉରକେଲା ହାଇଟେକ ମେଡିକାଲ କଲେଜରେ 200 ଶଯ୍ୟା ବିଶିଷ୍ଟ ଏକ କୋଭିଡ 19 ହସ୍ପିଟାଲ ଉଦଘାଟିତ ହୋଇଯାଇଛି । ଜିଲ୍ଲା ଖଣିଜ ପାଣ୍ଠି ଏବଂ ହାଇଟେକ ମେଡିକାଲ କଲେଜର ମିଳିତ ଆନୁକୂଲ୍ୟରେ ଏହି ହସ୍ପିଟାଲକୁ ସୁନ୍ଦରଗଡ଼ ଜିଲ୍ଳାପାଳ ନିଖିଲ ପବନ କଲ୍ୟାଣ ଉଦଘାଟନ କରିଥିଲେ । ଅଧିକ ପଢନ୍ତୁ...

Covid 19 Hospital with 200 beds was inaugurated in Rourkela
ରାଉରକେଲାରେ ଉଦ୍ଘାଟିତ ହେଲା 200 ଶଯ୍ୟା ବିଶିଷ୍ଟ କୋଭିଡ 19 ହସ୍ପିଟାଲ

By

Published : Apr 4, 2020, 1:06 AM IST

ରାଉରକେଲା: କରୋନା ଭାଇରସର ମୁକାବିଲା ଲାଗି ସାରା ବିଶ୍ବ ଲଢୁଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ରାଜ୍ୟ ସରକାର । ତେବେ ଏନେଇ ଶୁକ୍ରବାର ରାଉରକେଲାରେ 200 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଉଦ୍ଘାଟିତ ହୋଇଛି । ଗୁରୁବାର ଦିନ ଭୁବନେଶ୍ୱରରେ ପଞ୍ଚମ ଏବଂ ଶୁକ୍ରବାର ଦିନ କଟକରେ ଷଷ୍ଠ କୋଭିଡ-19 ସଂକ୍ରମିତ ଚିହ୍ନଟ ହେବା ପରେ କଟକୃ, ଭୁବନେଶ୍ୱର ଏବଂ ଭଦ୍ରକ ସହରକୁ 48 ଘଣ୍ଟା ଲାଗି ସମ୍ପୂର୍ଣ୍ଣ ସଟ ଡାଉନ କରାଯାଇଛି ।

ରାଉରକେଲାରେ ଉଦ୍ଘାଟିତ ହେଲା 200 ଶଯ୍ୟା ବିଶିଷ୍ଟ କୋଭିଡ 19 ହସ୍ପିଟାଲ

ଏହି ଭାଇରସ ସହ ମୁକାବିଲା ଲାଗି ପୂର୍ବରୁ ଭୁବନେଶ୍ୱର ଏବଂ କଟକରେ ତିନୋଟି ହସ୍ପିଟାଲରେ କୋଭିଡ-19 ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଶୁକ୍ରବାର ଦିନ ରାଉରକେଲା ହାଇଟେକ ମେଡିକାଲ କଲେଜରେ 200 ଶଯ୍ୟା ବିଶିଷ୍ଟ ଏକ କୋଭିଡ-19 ହସ୍ପିଟାଲ ଉଦଘାଟିତ ହୋଇଯାଇଛି । ଜିଲ୍ଲା ଖଣିଜ ପାଣ୍ଠି ଏବଂ ହାଇଟେକ ମେଡିକାଲ କଲେଜ ମିଳିତ ଆନୁକୂଲ୍ୟରେ ଏହି ହସ୍ପିଟାଲକୁ ସୁନ୍ଦରଗଡ଼ ଜିଲ୍ଳାପାଳ ନିଖିଲ ପବନ କଲ୍ୟାଣ ଉଦଘାଟନ କରିଥିଲେ ।

ସମୁଦାୟ 35 ଜଣ ଡାକ୍ତର ଏହି ହସ୍ପିଟାଲରେ କାର୍ଯ୍ୟ କରିବେ। ରାଉରକେଲା ସରକାରୀ ଡାକ୍ତରଖାନା CMO ଏହି ହସ୍ପିଟାଲ ତଦାରଖ ଦାୟିତ୍ୱରେ ରହିବେ ବୋଲି ଜିଲ୍ଲାପାଳ କହିଛନ୍ତି । କୋଭିଡ 19 ହସ୍ପିଟାଲ ଉଦଘାଟନ ପରିପ୍ରେକ୍ଷୀରେ ରାଉରକେଲା ADM ଅବୋଲି ସୁନୀଲ ନର୍ବାନେ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details