ଓଡିଶା

odisha

ETV Bharat / city

କୋରୋନା ସଂକ୍ରମଣ ଆଶଙ୍କା: ସ୍ବେଚ୍ଛାସେବୀ ସଂଗଠନ ଦ୍ବାରା ଖାଦ୍ୟ ପଦାର୍ଥ ବଣ୍ଟନ ରଦ୍ଦ - Coronavirus symptoms

ରାଉରକେଲାରେ କୋରୋନା ସଂକ୍ରମଣରେ ଆଶଙ୍କା କରି ମହାନଗର ନିଗମ ପକ୍ଷରୁ ସ୍ବେଚ୍ଛାସେବୀ ସଂଗଠନ ମାନଙ୍କୁ ଖାଦ୍ୟ ବାଣ୍ଟିବା ଅନୁମତିକୁ ରଦ୍ଦ କରାଯାଇଛି । ସାମାଜିକ ଦୂରତା ପାଳନ ହୋଇପାରୁନଥିବାରୁ ମହାମାରୀ କୋରୋନା ବ୍ୟାପିବାର ଆଶଙ୍କା ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

coronavirus-infection-food-distribution-by-voluntary-organizations-stopped
କୋରୋନା ସଂକ୍ରମଣ ଆଶଙ୍କା:ସ୍ବେଚ୍ଛାସେବୀ ସଂଗଠନ ଦ୍ବାରା ଖାଦ୍ୟ ପଦାର୍ଥ ବଣ୍ଟନ ରଦ୍ଧ

By

Published : Apr 1, 2020, 12:23 PM IST

ରାଉରକେଲା: ଖାଦ୍ୟ ପଦାର୍ଥ ବାଣ୍ଟି ପାରିବେ ନାହିଁ ସ୍ବେଚ୍ଛାସେବୀ ସଂଗଠନ । ଲକଡାଉନ ସମୟ ରାଉରକେଲାରେ ଗରିବ, ନିରାଶ୍ରୟ,ଫସି ରହିଥିବା ଶତାଧିକ ଲୋକଙ୍କ ସହାୟତା ପାଇଁ ବିଭିନ୍ନ ସ୍ବେଛାସେବୀ ସଂଗଠନ ଆଗକୁ ଆସି ଲୋକଙ୍କୁ ଖାଦ୍ୟ ପ୍ରଦାନ କରୁଥିଲେ । ତେଣୁ ସେମାନଙ୍କୁ ଖାଦ୍ୟର କୌଣସି ଅସୁବିଧା ହେଉ ନ ଥିଲ ।

କୋରୋନା ସଂକ୍ରମଣ ଆଶଙ୍କା:ସ୍ବେଚ୍ଛାସେବୀ ସଂଗଠନ ଦ୍ବାରା ଖାଦ୍ୟ ପଦାର୍ଥ ବଣ୍ଟନ ରଦ୍ଧ

ମହାମାରୀ କୋରୋନା ଆତଙ୍କ ଯୋଗୁଁ ସାରା ଭାରତକୁ 21 ଦିନ ପର୍ଯ୍ୟନ୍ତ ଲକଡାଉନ କରାଯାଇଛି । ଦେଶରେ ଲୋକମାନେ ଲକଡାଉନ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗରିବ ତଥା ଶ୍ରମିକ ଶ୍ରେଣୀର ଲୋକଙ୍କୁ ଖାଦ୍ୟ ପାଇପାରୁନାହାନ୍ତି । ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଦ୍ବାରା ଖାଦ୍ୟ ପଦାର୍ଥ ଯୋଗାଇ ଦିଆଯାଉଥିଲା । ସାମାଜିକ ଦୂରତାର ପାଳନ ହୋଇ ପାରୁ ନ ଥିବାରୁ କୋରୋନାର ସଂକ୍ରମଣ ଆଶଙ୍କାର ସମ୍ଭାବନା ରହିଛି। ଏହାକୁ ନେଇ ରାଉରକେଲା ମହାନଗର ନିଗମ ସ୍ବେଚ୍ଛାସେବୀ ସଂଗଠନ ମାନଙ୍କୁ ଖାଦ୍ୟ ବାଣ୍ଟିବା ଅନୁମତିକୁ ରଦ୍ଦ କରିଛି।

ମହାନଗର ନିଗମକୁ ବ୍ୟକ୍ତି କିମ୍ବା ସଂଗଠନ ମୋବାଇଲ ନମ୍ବର 7008584970 ରେ ଗୋଟିଏ ଦିନ ପୂର୍ବରୁ ଖବର ଦେଲେ। ଛେଣ୍ଡର ମଧୁସୂଦନ ଭବନରେ ଖବର ସଂଗ୍ରହ କରିବା ବ୍ୟବସ୍ଥା କରାଯାଇଛି। ସେହିଭଳି କେଉଁ ଅଞ୍ଚଳରେ ଲୋକଙ୍କୁ ଖାଦ୍ୟ ଦରକାର ଏହାକୁ ନେଇ ଲୋକ ମାନେ ମୋବାଇଲ ନମ୍ବର 79788794 ଖବର ଦେଲେ ଖାଦ୍ୟ ସାମଗ୍ରୀ ପହଞ୍ଚିବାର ବ୍ୟବସ୍ଥା କରାଯିବ ବୋଲି ମହାମଗର ପକ୍ଷରୁ ସୂଚନା ଦିଆଯାଇଛି । ବିଭିନ୍ନ ସଂଗଠନକୁ ଦିଅଯାଇଥିବା ଅନୁମତିକୁ ମହାନଗର ନିଗମ ରଦ୍ଦ କରିଦେଇଛି।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details