ଓଡିଶା

odisha

ETV Bharat / city

କୋରୋନା ଭୟ, ସମସ୍ତ ଡାକ୍ତରଙ୍କୁ କ୍ଲିନିକ ଖୋଲିବାକୁ ଅନୁରୋଧ - Corona fears

ସମସ୍ତେ କୋରୋନାକୁ ନେଇ ବ୍ୟସ୍ତ ଥିବାବେଳେ ଡାକ୍ତରମାନେ ନିଜ କ୍ଲିନିକରେ ଲୋକଙ୍କୁ କୋରୋନା ନେଇ ସଚେତନ କରି ପାରିବେ ତଥା ଛୋଟ ରୋଗ ଚିକିତ୍ସା କରିପାରିଲେ ଅନ୍ୟ ହସ୍ପିଟାଲ ଉପରେ ଅଧିକ ଚାପ ପଡିବ ନାହିଁ ବୋଲି ପୂର୍ବତନ ଅଧ୍ୟକ୍ଷ ଡାକ୍ତର ଜ୍ଞାନ ରଞ୍ଜନ ଗିରି ନିଜ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ...

କୋରୋନା ଭୟ, ସମସ୍ତ ଡାକ୍ତରଙ୍କୁ କ୍ଲିନିକ ଖୋଲିବାକୁ ଅନୁରୋଧ
କୋରୋନା ଭୟ, ସମସ୍ତ ଡାକ୍ତରଙ୍କୁ କ୍ଲିନିକ ଖୋଲିବାକୁ ଅନୁରୋଧ

By

Published : Mar 28, 2020, 6:16 PM IST

ରାଉରକେଲା: ସାରା ବିଶ୍ବରେ କାୟା ବିସ୍ତାର କରିଛି କୋରୋନା । ଯାହାକୁ ନେଇ ସମଗ୍ର ଭାରତକୁ 21 ଦିନ ପର୍ଯ୍ୟନ୍ତ ଲକଡାଉନ କରିଛନ୍ତି ସରକାର । ତେବେ ଏ ଲକଡାଉନକୁ ସଫଳ କରିବା ପାଇଁ ସରକାର ଯଥା ସମ୍ଭବ ପ୍ରୟାସ ଜାରି ରଖିଛନ୍ତି ।

ଏହି ଲକଡାଉନ ସମୟରେ କେଉଁ ପରି ଭାବରେ ଲୋକମାନେ ଗୋଟିଏ ସ୍ଥାନରେ ଏକତ୍ରିତ ନହୁଅନ୍ତୁ ସେନେଇ ପାଇଁ ବିଭିନ୍ନ ସ୍ଥାନରେ ନୂଆ ପରିବା ଦୋକାନ ଖୋଲାଯାଇଛି । ଏହାସହ ଟେଲିଫୋନ ଭବନ ପଡିଆ ପରେ ଶନିବାର ଟ୍ରାଫିକ ଛକରେ ପରିବା ବଜାର ଖୋଲା ଯାଇଥିଲା ।

କୋରୋନା ଭୟ, ସମସ୍ତ ଡାକ୍ତରଙ୍କୁ କ୍ଲିନିକ ଖୋଲିବାକୁ ଅନୁରୋଧ

ଅନ୍ୟପଟେ ଉତ୍କଳମଣି ଗୋପବନ୍ଧୁ ହୋମିଓପାଥୀ ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ଡାକ୍ତର ଜ୍ଞାନରଞ୍ଜନ ଗିରି ନିଜ ପ୍ରତିକ୍ରିୟା ରଖିଛନ୍ତି । ସମସ୍ତ ଡାକ୍ତରଙ୍କୁ ନିଜ କ୍ଲିନିକ ଖୋଲିବ ଦରକାର । ସମସ୍ତେ କୋରୋନାକୁ ନେଇ ବ୍ୟସ୍ତ ଥିବାବେଳେ ଡାକ୍ତରମାନେ ନିଜ କ୍ଲିନିକରେ ଲୋକଙ୍କୁ କୋରୋନା ନେଇ ସଚେତନ କରି ପାରିବେ ତଥା ଛୋଟ ରୋଗ ଚିକିତ୍ସା କରିପାରିଲେ ଅନ୍ୟ ହସ୍ପିଟାଲ ଉପରେ ଅଧିକ ଚାପ ପଡିବ ନାହିଁ ବୋଲି ସେ କହିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ, ଇଟିଭି ଭାରତ

ABOUT THE AUTHOR

...view details