ରାଉରକେଲା: ସହରର ରିଂରୋଡ କଡରେ ବସୁଥିବା ଉଠା ଦୋକାନୀଙ୍କ ଉପରେ ଆର୍ଏସ୍ପି ଲ୍ୟାଣ୍ଡ ଗାର୍ଡଙ୍କ ଜୁଲମ ବିରୋଧରେ ଗର୍ଜିଛି ଜିଲ୍ଲା କଂଗ୍ରେସ ଦଳ । ଏନେଇ ବିରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ନେତୃତ୍ବରେ ସ୍ଥାନୀୟ ଇସ୍ପାତ କାରଖାନା ସହର ସେବା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ବିକ୍ଷୋଭରେ ଉଠା ଦୋକାନୀମାନଙ୍କୁ ଭେଣ୍ଡିଂ ଜୋନ ମଧ୍ୟରେ ଥଇଥାନ କରିବା ପାଇଁ ମଧ୍ୟ ଦାବି କରାଯାଇଛି । ତେବେ ଏହି ଆନ୍ଦୋଳନରେ ଦଳ ପକ୍ଷରୁ ବିରେନ ସେନାପତି, ପ୍ରଭାତି ମିଶ୍ର, ପ୍ରଶାନ୍ତ ସେଠୀ, ଦେବବ୍ରତ ବିହାରିଙ୍କ ସମେତ ଅନ୍ୟ କର୍ମୀମାନେ ଉପସ୍ଥିତ ରହିଥିଲେ ।