ରାଉରକେଲା: ରାଉରକେଲାରେ ଦୁର୍ନୀତିକୁ ଘଣ୍ଟ ଘୋଡାଉଛି ଦୁର୍ନୀତି ନିବାରଣ ବିଭାଗ। ବାରମ୍ବାର ଅଭିଯୋଗ ସତ୍ତ୍ବେ ବି କାର୍ଯ୍ୟାନୁଷ୍ଠାନ ଶୂନ । ଏନେଇ ପୂର୍ବତନ କଂଗ୍ରେସ ବିଧାୟକ ଜର୍ଜ ତିର୍କିଙ୍କ ନେତୃତ୍ତ୍ବରେ ଦୁର୍ନୀତି ନିବାରଣ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ।
ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ କହିବାନୁଯାୟୀ ଛେଣ୍ଡ୍ ସେଣ୍ଟ୍ରାଲ ପାର୍କ ଦୁର୍ନୀତି, ବିଜୁ ଯୁବ ବାହିନୀ ନାରେ ଅର୍ଥ ହରିଲୁଟ, ବ୍ରାହ୍ମଣୀନଦୀ ଉତ୍ସବ ନାରେ ଲୁଟ, ସ୍ମାର୍ଟସିଟି ମିଶନ ନା ରେ ଲୁଟ ତଥା ସାଧରଣ ବଣ୍ଟନ ବ୍ୟବସ୍ଥାରେ ଚାଉଳ ଲୁଟ, RGH ଗଛ କଟା ମାମଲାରେ ଦୁର୍ନୀତି ନିବାରଣ ବିଭାଗରେ ବାରମ୍ବାର ଏତଲା ଦେବା ପରେ ମଧ୍ୟ ବିଭାଗ ଚୁପ ବସିଛି ।