ଓଡିଶା

odisha

ETV Bharat / city

ଡାକ୍ତରଙ୍କ ଠୁ ଲାଞ୍ଚ ନେଇ କିରାଣୀ ଗିରଫ - incentive ବିଲ ପାସ କରିବା

ସୁନ୍ଦରଗଡରେ ଡାକ୍ତର ଠାରୁ ଲାଞ୍ଚ ନେଇ ସ୍ୱାସ୍ଥ୍ୟ ବିଭାଗର ଜଣେ କିରାଣୀ ଗିରଫ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ଡାକ୍ତରଙ୍କଠୁ ଲାଞ୍ଚ ନେଇ କିରାଣୀ ଗିରଫ
ଡାକ୍ତରଙ୍କଠୁ ଲାଞ୍ଚ ନେଇ କିରାଣୀ ଗିରଫ

By

Published : Feb 17, 2020, 8:42 PM IST

Updated : Feb 17, 2020, 9:25 PM IST

ରାଉରକେଲା: ଡାକ୍ତରଙ୍କ ଠାରୁ ଲାଞ୍ଚ ନେଇ କିରାଣୀ ଗିରଫ । ସୁନ୍ଦରଗଡରେ ଡାକ୍ତରଙ୍କ ଠାରୁ ଲାଞ୍ଚ ନେଇ ସ୍ୱାସ୍ଥ୍ୟ ବିଭାଗର ଜଣେ କିରାଣୀ ଗିରଫ ହୋଇଥିବା ସୂଚନା ମିଳିଛି ।

ଡାକ୍ତରଙ୍କ ଠୁ ଲାଞ୍ଚ ନେଇ କିରାଣୀ ଗିରଫ

ତେବେ କିଞ୍ଜିର୍କେଲା ସିଏଚ୍‌ସିରେ କାର୍ଯ୍ୟରତ ଡଃ କିଶୋର ସାହୁ ଏକ ଇନ୍‌ସେନଟିଭ୍ ବିଲ ପାସ କରିବା ପାଇଁ କିରାଣୀ ସୁକାନ୍ତ ତନ୍ତୀଙ୍କୁ 10 ହଜାର ଟଙ୍କା ଲାଞ୍ଚ ଦେବା ସମୟରେ ଭିଜିଲାନ୍ସ ସୁକାନ୍ତ ତନ୍ତୀକୁ ଗିରଫ କରିଛି।

ଏହାସହ ସୁକାନ୍ତଙ୍କ କାର୍ଯ୍ୟାଳୟ ତଥା ଘରେ ମଧ୍ୟ ଛାନ୍‌ଭିନ୍ କରାଯାଇଥିଲା । ତେବେ ଟଙ୍କା ନଦେଲେ ବିଲ ପାସ୍‌ କରାଇବେ ନାହିଁ ବୋଲି କିରାଣୀ ସ୍ପଷ୍ଟ ମନା କରିବା ପରେ 20 ହଜାର ଟଙ୍କା ଦେବା ପରେ ସେ ଏଥିରେ ରାଜି ହୋଇଥିଲେ।

ତେବେ ଉକ୍ତ ଡାକ୍ତର ଭିଜିଲାନ୍ସ ନିକଟରେ ଏନେଇ ଅଭିଯୋଗ କରିବା ପରେ ତାଙ୍କୁ ଭିଜିଲାନ୍ସ ରସାୟନିକ ଲଗା 10 ହଜାର ଟଙ୍କା ଦେଇଥିଲେ ପରବର୍ତ୍ତୀ ସମୟରେ କିରାଣୀଙ୍କ ପାଖରୁ ଏହି ଟଙ୍କା ଜବତ କରାଯାଇଥିଲା ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Last Updated : Feb 17, 2020, 9:25 PM IST

ABOUT THE AUTHOR

...view details