ଓଡିଶା

odisha

ETV Bharat / city

ବସ ଓଲଟି 12 ଆହତ

ରାଉରକେଲାରୁ ଟେନସା  ଯାଉଥିବା ଏକ ଘରୋଇ ବସ ଓଲଟି ବୁଧବାର 12 ଜଣ  ଯାତ୍ରୀ ଆହତ ହୋଇଛନ୍ତି ।

By

Published : Jan 22, 2020, 8:49 PM IST

bus accident in rourkela
ବସ ଓଲଟି 12 ଯାତ୍ରୀ ଆହତ

ରାଉରକେଲା: ବସ ଓଲଟି 12 ଜଣ ଯାତ୍ରୀ ଆହତ ହୋଇଛନ୍ତି । ରାଉରକେଲାରୁ ଟେନସା ଯାଉଥିବା ଏକ ଘରୋଇ ବସ ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ବୁଧବାର 12 ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ବସ ଓଲଟି 12 ଯାତ୍ରୀ ଆହତ

ବସ ରାଉରକେଲାରୁ ଟେନସା ଯାଉଥିବା ସମୟରେ ସାମ୍ନା ପଟୁ ଆସୁଥିବା ଏକ ଡମ୍ପରକୁ ସାଇଡ ଦେବା ସମୟରେ ବସଟି ଭାରସାମ୍ୟ ହରାଇ 143 ନମ୍ବର ଜାତୀୟ ରାଜପଥରେ ଓଲଟି ପଡିଛି । ଏଥିରେ 12 ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ଆହତମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ ପଠାଯାଇଛି । ଏପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଥିବା ବେଳେ ବସଟି ଆବଶ୍ୟକ ଠାରୁ ଅଧିକ ଯାତ୍ରୀ ନେଉଥିବା ଅଭିଯୋଗ ହୋଇଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ



ABOUT THE AUTHOR

...view details