ଓଡିଶା

odisha

ETV Bharat / city

ବିଜେଡ଼ି ନେତାଙ୍କୁ ବୋମା ମାଡ଼ - ପୂର୍ବତନ କାଉନସିଲରଙ୍କୁ ବୋମାମାଡ

ପୂର୍ବତନ କାଉନସିଲର ତଥା ବିଜେଡ଼ି ନେତା ବୁଲୁ ଓରଫ ଆଶେଷ ମହାନ୍ତିଙ୍କ ଉପରେ ବୋମାମାଡ । ଗୁରୁତର ଅବସ୍ଥାରେ ତାଙ୍କୁ ଆଇଜିଏଚ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଗକୁ ପଢନ୍ତୁ...

ବିଜେଡ଼ି ନେତାଙ୍କୁ ବୋମା ମାଡ଼
ବିଜେଡ଼ି ନେତାଙ୍କୁ ବୋମା ମାଡ଼

By

Published : Feb 7, 2020, 1:39 AM IST

ରାଉରକେଲା: ପୂର୍ବତନ କାଉନସିଲର ତଥା ବିଜେଡ଼ି ନେତା ବୁଲୁ ଓରଫ ଆଶେଷ ମହାନ୍ତିଙ୍କ ଉପରେ ବୋମାମାଡ । ଗୁରୁତର ଅବସ୍ଥାରେ ତାଙ୍କୁ ଆଇଜିଏଚ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସମ୍ବନ୍ଧରେ ଖବର ପାଇ ବହୁ ସଂଖ୍ୟାରେ ସମର୍ଥକ ମେଡ଼ିକାଲରେ ପହଁଚିଛନ୍ତି ।

ବିଜେଡ଼ି ନେତାଙ୍କୁ ବୋମା ମାଡ଼

ରାଉରକେଲା ବାସନ୍ତି କଲୋନୀରେ ଗୁରୁବାର ରାତି 9.30 ସମୟରେ ଦୃବୃତ୍ତ ମାନେ ଆଶେଷଙ୍କ ଉପରକୁ ବୋମା ମାଡ କରିଥିଲେ । ବୁଲୁ ବାସନ୍ତି କଲୋନୀ ସ୍ଥିତ ନିଜ ଅଫିସରୁ ବାହାରି ସ୍କୁଟି ଯୋଗେ ଯାଉଥିବା ବେଳେ ଦୁଇ ଜଣ ଯୁବକ ବାଇକରେ ଆସି ତାଙ୍କ ଉପରକୁ ବୋମା ନିକ୍ଷେପ କରିଥିଲେ । ବୁଲୁ ଗୁରୁତର ଭାବେ ଆହତ ହୋଇ ତଳେ ପଡ଼ିଗଲା ପରେ ଯୁବକ ଦ୍ବୟ ଫାଙ୍କା ଗୁଳି ଚାଳନା କରି ଫେରାର ହୋଇଯାଇଥିଲେ ।

ଉଦିତନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ ଚାଲିଛି । 7 ବର୍ଷ ପୂର୍ବେ ବ୍ୟବସାୟିକ ଶତ୍ରୁତାକୁ ନେଇ ବୁଲୁ ମହାନ୍ତିଙ୍କ ଉପରେ ଦୃବୃତ୍ତ ମାନେ ଗୁଳି ଚଳାଇ ଥିଲେ ଏବଂ ସେଥିରେ ମଧ୍ୟ ଗୁରୁତର ଆହତ ହୋଇଥିଲେ ବୁଲୁ । ବହୁ ଚର୍ଚ୍ଚିତ ଧଳ ସାମନ୍ତ ଲିଙ୍କରେ ମଧ୍ୟ ବୁଲୁଙ୍କୁ ସେତେବେଳେ କ୍ରାଇମ ବ୍ରାଞ୍ଚ ଗିରଫ କରିଥିଲା ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details