ଓଡିଶା

odisha

ETV Bharat / city

ବିଜେଡି ନେତାଙ୍କୁ ବୋମାମାଡ ଘଟଣା: 3 ଅଟକ, ପୋଲିସର ତଦନ୍ତ ଜାରି

ରାଉରକେଲା ପୂର୍ବତତ କାଉନସିଲର ତଥା ବିଜେଡି ନେତା ବୁଲୁ ଓରଫ୍ ଅଶେଷ ମହାନ୍ତି ଉପରେ ବୋମାମାଡ ଘଟଣାରେ ପୋଲିସ 3ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଅଧିକ ପଢନ୍ତୁ....

By

Published : Feb 7, 2020, 7:34 PM IST

ବିଜେଡ଼ି ନେତାଙ୍କୁ ବୋମାମାଡ ଘଟଣା: 3 ଅଟକ, ପଚରାଉଚରା ଜାରି
ବିଜେଡ଼ି ନେତାଙ୍କୁ ବୋମାମାଡ ଘଟଣା: 3 ଅଟକ, ପଚରାଉଚରା ଜାରି

ରାଉରକେଲା: ପୂର୍ବତନ କାଉନସିଲର ତଥା ବିଜେଡ଼ି ନେତା ବୁଲୁ ଓରଫ୍ ଅଶେଷ ମହାନ୍ତିଙ୍କ ଉପରେ ବୋମାମାଡ ଘଟଣାରେ ପୋଲିସ 3 ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ସହରର ଜଣେ ଜଣାଶୁଣା ବ୍ୟବସାୟୀ ତଥା ସାମାଜିକ କର୍ଯ୍ୟକର୍ତ୍ତା ସହିତ 3 ଜଣଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି । ଏହାସହ ତଦନ୍ତରେ ଯେ କେହିବି ଆସିବେ ତାକୁ ପୋଲିସ ଗିରଫ କରିବ ବୋଲି ଏସପି ସୂଚନା ଦେଇଛନ୍ତି ।

ବିଜେଡ଼ି ନେତାଙ୍କୁ ବୋମାମାଡ ଘଟଣା: 3 ଅଟକ, ପଚରାଉଚରା ଜାରି

ରାଉରକେଲା ବାସନ୍ତି କଲୋନୀରେ ଗୁରୁବାର ସନ୍ଧ୍ୟା ସାଢେ ନଅଟା ସମୟରେ ଦୁର୍ବୃତ୍ତଙ୍କ ବୋମା ମାଡରେ ପୂର୍ବତନ କାଉନସିଲର ଅଶେଷ ମହାନ୍ତି ଓରଫ ବୁଲୁ ଗୁରୁତର ଆହତ ହୋଇଥିଲେ । ଶୁକ୍ରବାର ସକାଳେ ଘଟଣାର ତଦନ୍ତ ପାଇ ଫରେନସିକ୍ ଟିମ୍ ବାସନ୍ତୀ କଲୋନୀ ଯାଇଥିଲେ । ସେଠାରୁ ଏକ ଅଫୁଟା ବୋମା ଜବତ କରାଯାଇ ତାକୁ ନିଷ୍କ୍ରିୟ କରିଥିଲା ବୋମା ନିଷ୍କ୍ରିୟକାରୀ ଟିମ୍ ।

ବୋମା ମାଡ଼ରେ ଗୁରୁତର ଆହତ ହୋଇଥିବା ବୁଲୁ ମହାନ୍ତିଙ୍କ ଚିକିତ୍ସା ଆଇଜିଏଚ୍‌ରେ ଚାଲିଛି । ତାଙ୍କ ଅବସ୍ଥା ଏବେ ସ୍ଥିର ରହିଛି । ତେବେ ପୂର୍ବ ଶତ୍ରୁତାକୁ ନେଇ ଏହି ଘଟଣା ଘଟାଇଥିବା ସନ୍ଦେହ କରାଯାଉଛି । ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details