ରାଉରକେଲା:ପୂର୍ବତନ ବିଧାୟକ ବ୍ରଜ କିଶୋର ମହାନ୍ତିଙ୍କ ପୁଅ ବୁଲୁ ମହାନ୍ତିଙ୍କ ଉପରେ ହୋଇଥିବା ବୋମା ମାଡ଼ ଘଟଣାରେ ରାଉରକେଲା ପୋଲିସ 4 ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବୋମା ପ୍ରସ୍ତୁତ କରିଥିବା ବ୍ୟକ୍ତି ସାମିଲ ଅଛନ୍ତି ।
ବୁଲୁ ମହାନ୍ତିଙ୍କୁ ହତ୍ୟା କରିବା ଲାଗି ବ୍ୟବହୃତ ହେଉଥିବା ବିସ୍ଫୋରକ ସାମଗ୍ରୀକୁ ଏକ ମାଲ ଗୋଦାମ ଘରୁ ଜବତ କରାଯାଇଛି। ରେଳବାଇ ସାଇଡିଂରେ ଲୋଡିଂ ଏବଂ ଅନଲୋଡିଂ କ୍ଷେତ୍ରରେ ନିଜ ଦବଦବା ଜାରି ରଖିବାକୁ ଏହି ଆକ୍ରମଣ ହୋଇଥିବା ପୋଲିସ ତଦନ୍ତରୁ ଜଣାପଡିଛି ।