ରାଉରକେଲା: ଭାରତୀୟ ଜନତା ଯୁବ ମୋର୍ଚ୍ଚା ତରଫରୁ ରାଉରକେଲା ଏଡିଏମ କାର୍ଯ୍ୟାଳୟ ସମ୍ମୁଖରେ ଧାରାଣା ଦିଆଯାଇଛି । ସଭାପତି ଅଙ୍କୁଶ ବର୍ମା ନେତୃତ୍ବରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ବେକାରୀ ସମସ୍ୟା ବୃଦ୍ଧିକୁ ନେଇ ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ଧାରଣା - bjym protest in front of adm office
ବେକାରୀ ସମସ୍ୟା ବୃଦ୍ଧିକୁ ନିନ୍ଦା କରି ଭାରତୀୟ ଜନତା ଯୁବା ମୋର୍ଚ୍ଚା ତରଫରୁ ରାଉରକେଲା ଏଡିଏମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ।
ବେକାରୀ ସମସ୍ୟା ବୃଦ୍ଧିକୁ ନେଇ ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ଧାରଣା
ବେକାରୀ ସମସ୍ୟା ବୃଦ୍ଧିକୁ ନେଇ ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ଧାରଣା
ରାଜ୍ୟରେ ବେକାରୀ ସଂଖ୍ୟା ବୃଦ୍ଧି ନେଇ ମନ୍ତ୍ରୀ ବୟାନ ଦେବା ପରେ ଯୁବ ମୋର୍ଚ୍ଚା ପକ୍ଷରୁ ଏହି ଧାରଣା ଦିଆଯାଇଛି । ନବୀନ ସରକାର 20 ବର୍ଷ ଶାସନ କରିବା ପରେ ବି ରାଜ୍ୟରେ ବେକାରୀ ସଂଖ୍ୟା ବୃଦ୍ଧି ପାଇଥିବାରୁ ଏହାକୁ ମୋର୍ଚ୍ଚା ନିନ୍ଦା କରିଛି । ଏହାସହ ରାଜ୍ୟରେ ନିଯୁକ୍ତି ସୃଷ୍ଟି ପାଇଁ ମୋର୍ଚ୍ଚା ଦାବି କରିଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ