ରାଉରକେଲା : ସୁନ୍ଦରଗଡ ସିଡିଏମଓଙ୍କ ନିଲମ୍ବନ ନେଇ ରାଜନୀତି । ବିଜେପି ପକ୍ଷରୁ 6 ଘଣ୍ଟିଆ ସୁନ୍ଦରଗଡ ବନ୍ଦ । ସକାଳ 6ଟାରୁ ମଧ୍ୟାହ୍ନ 12 ଟା ପର୍ଯ୍ୟନ୍ତ ବନ୍ଦ ରହିବ ଦୋକାନ ବଜାର ଓ ସରକାରୀ କାର୍ଯ୍ୟାଳୟ । ସ୍କୁଲ, କଲେଜ ଓ ଗାଡି ମୋଟର ଚଳାଚଳ ବନ୍ଦରୁ ବାଦ୍ । ପଦଯାତ୍ରା ମାଧ୍ୟମରେ ପ୍ରତିବାଦ ଓ ବିକ୍ଷୋଭ କରିଛି ବିଜେପି । ସେପଟେ ସକାଳ 10.30 ପରେ ଆନ୍ଦୋଳନକାରୀମାନେ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ଅଫିସ ଏବଂ କୋର୍ଟ ମଧ୍ୟ ବନ୍ଦ କରିଛନ୍ତି ।
ସିଡିଏମଓଙ୍କ ନିଲମ୍ବନ ପ୍ରତିବାଦ: ବିଜେପି ପକ୍ଷରୁ 6 ଘଣ୍ଟିଆ ସୁନ୍ଦରଗଡ ବନ୍ଦ - ସିଡିଏମଓଙ୍କ ନିଲମ୍ବନରେ ବିଜେପିର ପ୍ରତିବାଦ
ସୁନ୍ଦରଗଡ ସିଡିଏମଓଙ୍କ ନିଲମ୍ବନ ନେଇ ବିଜେପି ପକ୍ଷରୁ 6 ଘଣ୍ଟିଆ ସୁନ୍ଦରଗଡ ବନ୍ଦ । ସକାଳ 6ଟାରୁ ମଧ୍ୟାହ୍ନ 12 ଟା ପର୍ଯ୍ୟନ୍ତ ବନ୍ଦ ରହିବ ଦୋକାନ ବଜାର ଓ ସରକାରୀ କାର୍ଯ୍ୟାଳୟ ।
ସିଡିଏମଓଙ୍କ ନିଲମ୍ବନ ପ୍ରତିବାଦ: ବିଜେପି ପକ୍ଷରୁ 6 ଘଣ୍ଟିଆ ସୁନ୍ଦରଗଡ ବନ୍ଦ
ସିଡିଏମଓଙ୍କ ନିଲମ୍ବନ ପ୍ରତିବାଦ: ବିଜେପି ପକ୍ଷରୁ 6 ଘଣ୍ଟିଆ ସୁନ୍ଦରଗଡ ବନ୍ଦ
ଗତକାଲି(ରବିବାର) ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ‘ମୋ ସରକାର’ ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହେଉନଥିବା ଦର୍ଶାଇ ସିଡିଏମଓ ପଙ୍କଜ ପଟେଲଙ୍କୁ ନିଲମ୍ବନ କରାଯାଇଥିଲା । ଏହା ସହ ଏନେଇ ଜିଲ୍ଲାପାଳଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ କରାଯାଇଥିଲା । ସୂଚନା ଥାଉକି, ଗତକାଲି ‘5ଟି’ ସଚିବ କାର୍ତ୍ତିକେୟନ ପାଣ୍ଡିଆନ ସୁନ୍ଦରଗଡ ଜିଲ୍ଲା ପରିଦର୍ଶନରେ ଯାଇ ‘ମୋ ସରକାର’ ଯୋଜନାକୁ ଅନୁଧ୍ୟାନ କରିଥିଲେ ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ
Last Updated : Oct 14, 2019, 12:40 PM IST