ରାଉରକେଲା: ବିଜେଡି ଟିକେଟ ନେଇ ପ୍ରଥମ ଥର ରାଜନୈତିକ ମଇଦାନକୁ ଓହ୍ଲାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ ସୁନିତା ବିଶ୍ବାଳ । ମୁଖ୍ୟମନ୍ତ୍ରୀଙ୍କ ମହିଳା ସଂରକ୍ଷଣ ନୀତି ଯୋଗୁଁ ଟିକେଟ ପାଇଥିବାରୁ ବେଶ ଖୁସି ହେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁନିତା ।
ଆଗାମୀ ନିର୍ବାଚନକୁ ନେଇ ବେଶ୍ ଆଶାବାଦୀ ଥିବା ପ୍ରକାଶ କରିଛନ୍ତି ସୁନିତା । ଅନ୍ୟପଟେ କଂଗ୍ରେସ ତରଫରୁ ସୁନ୍ଦରଗଡ ବିଧାନସଭା ଆସନ ପାଇଁ ଲଢିବାକୁ ଥିବା ଭଉଣୀ ଅମିତାଙ୍କୁ ନିର୍ବାଚନୀ ଫଳାଫଳ ସହ କଡା ଜବାବ ଦେବା ପାଇଁ ପ୍ରସ୍ତୁତ ଥିବା ମଧ୍ୟ ପ୍ରକାଶ କରିଛନ୍ତି ସେ ।