ଓଡିଶା

odisha

ETV Bharat / city

ପୁଅକୁ ମାଡ ପ୍ରତିବାଦରେ ରାତିସାରା ଥାନାରେ ଧାରଣା ଦେଲେ ବିଧାୟକ - mla protest in police station against police

ପୁଅକୁ ମାଡ ପ୍ରତିବାଦରେ ଥାନାରେ ସାରା ରାତି ଧାରଣା ଦେଲେ ବିରମିତ୍ରପୁର ବିଧାୟକ । ସକାଳେ ପ୍ରତିଶୃତି ମିଳିବା ପରେ ସେ ଧାରଣା ପ୍ରତ୍ୟାହୃତ କରିଛନ୍ତି । କଣ ହୋଇଥିଲା ପୂରା ଘଟଣା, ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

biramitrapur mla protest in police station against police
ପୁଅକୁ ମାଡ ପ୍ରତିବାଦରେ ରାତିସାରା ଥାନାରେ ବିଧାୟକଙ୍କ ଧାରଣା

By

Published : Mar 3, 2020, 9:59 AM IST

ରାଉରକେଲା: ପୁଅକୁ ପୋଲିସ ମାଡ ମାରିବାରୁ ପ୍ରତିବାଦରେ ବିଧାୟକଙ୍କ ଧାରଣା । ରାତିସାରା ଧାରଣା ଦେବା ପରେ ସକାଳେ ଧାରଣା ପ୍ରତ୍ୟାହୃତ କରିଛନ୍ତି ବିରମିତ୍ରପୁର ବିଧାୟକ । ଏଭଳି ଘଟଣା ଘଟିଛି ସୁନ୍ଦରଗଡର ରଘୁନାଥପଲ୍ଲୀ ଥାନା ଅଞ୍ଚଳରେ ।

ପୁଅକୁ ମାଡ ପ୍ରତିବାଦରେ ରାତିସାରା ଥାନାରେ ବିଧାୟକଙ୍କ ଧାରଣା

ଗତ ସୋମବାର ରାତିରେ ବିରମିତ୍ରପୁର ବିଧାୟକଙ୍କ ପୁଅ ଏକ ବିବାହରେ ନିଜ ସାଙ୍ଗ ମାନଙ୍କ ସହ ଯୋଗ ଦେଇଥିଲେ । ଏତିକି ବେଳେ ହଠାତ୍ ପୋଲିସ ପହଞ୍ଚି ସେମାନଙ୍କୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ଯାହାର ପ୍ରତିବାଦରେ ବିଧାୟକ ରାତିସାରା ରଘୁନାଥପଲ୍ଲୀ ଥାନା ସମ୍ମୁଖରେ ଧାରଣା ଦେଇଥିଲେ ।

ଖବର ପାଇ ସକାଳେ ଏସଡିପିଓ ଅସୀମ ପଣ୍ଡା ପହଞ୍ଚି ଘଟଣାର ତଦନ୍ତ ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି । ସେପଟେ ବିଧାୟକଙ୍କୁ ସମର୍ଥନ ଜଣାଇ ବିଜେପି ସମର୍ଥକ ମାନେ ଧାରଣାରେ ସାମିଲ ହୋଇଥିଲେ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details