ରାଉରକେଲା: ପୁଣି ବୀରମିତ୍ରପୁର ପୌରାଞ୍ଚଳ 72 ଘଣ୍ଟିଆ ସଟଡାଉନ ଘୋଷଣା । ସୁନ୍ଦରଗଡ ଜିଲ୍ଲା ବିରମିତ୍ରପୁର ପୌରାଞ୍ଚଳକୁ 72 ଘଣ୍ଟିଆ ସଟଡାଉନ ଘୋଷଣା କରାଯାଇଛି । ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର ଏହି ସଟଡାଉନ ଘୋଷଣା କରିଛନ୍ତି ।
ଶୁକ୍ରବାର ସକାଳ 6ଟାରୁ ସଟଡାଉନ କଟକଣା ଲାଗୁ ହେବାକୁ ଥିବାବେଳେ ଏହା 72 ଘଣ୍ଟା ଅର୍ଥାତ୍ ରବିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟରେ ଜରୁରୀ କାଳୀନ ସେବାକୁ ଛାଡି ଦେଲେ ବାକି ସମସ୍ତ କାର୍ଯ୍ୟ ବନ୍ଦ ରହିବ ।