ଓଡିଶା

odisha

ଇଣ୍ଟର ସିଟି ଗୋଲଡ କପ୍‌ ହକି ଟୁର୍ଣ୍ଣାମେଣ୍ଟ: ଭୁବନେଶ୍ବର ସ୍ପୋର୍ଟସ ହଷ୍ଟେଲ ଚମ୍ପିଆନ୍‌

By

Published : Nov 17, 2019, 8:45 PM IST

ଇଣ୍ଟର ସିଟି ଗୋଲଡ କପ୍‌ ହକି ଟୁର୍ଣ୍ଣାମେଣ୍ଟରେ ଭୁବନେଶ୍ବର ସ୍ପୋର୍ଟସ ହଷ୍ଟେଲ ଚମ୍ପିଆନ୍‌ । ଭୁବନେଶ୍ବର ଇଷ୍ଟକୋଷ୍ଟ ରେଳବାଇକୁ 5-0 ଗୋଲରେ ହରାଇ ଚମ୍ପିଆନ ହୋଇଛି ସ୍ପୋର୍ଟସ ହଷ୍ଟେଲ ।

ଭୁବନେଶ୍ବର ସ୍ପୋର୍ଟସ ହଷ୍ଟେଲ ଚମ୍ପିଆନ୍‌

ରାଉରକେଲା: ଇଣ୍ଟର ସିଟି ଗୋଲଡ କପ୍‌ ହକି ଟୁର୍ଣ୍ଣାମେଣ୍ଟରେ ଭୁବନେଶ୍ବର ସ୍ପୋର୍ଟସ ହଷ୍ଟେଲ ଚମ୍ପିଆନ୍‌ । ପାନପୋଷ ସ୍ପୋର୍ଟସ ହଷ୍ଟେଲରେ 6 ଦିନ ଧରି ଚାଲିଥିବା ଏହି ହକି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭୁବନେଶ୍ବର ସ୍ପୋର୍ଟସ ହଷ୍ଟେଲ ଚମ୍ପିଆନ ହୋଇଛି ।

ଇଣ୍ଟର ସିଟି ଗୋଲଡ କପ୍‌ ହକି ଟୁର୍ଣ୍ଣାମେଣ୍ଟ: ଭୁବନେଶ୍ବର ସ୍ପୋର୍ଟସ ହଷ୍ଟେଲ ଚମ୍ପିଆନ୍‌

ଭୁବନେଶ୍ବର ଇଷ୍ଟକୋଷ୍ଟ ରେଳବାଇକୁ 5-0 ଗୋଲରେ ହରାଇ ଚମ୍ପିଆନ ହୋଇଛି ସ୍ପୋର୍ଟସ ହଷ୍ଟେଲ । ଏହି ହକି ପ୍ରତିଯୋଗିତାରେ ସହରାଞ୍ଚଳର 8 ଟି ଦଳ ଯୋଗ ଦେଇଥିଲେ । ଏହାସହ ଗ୍ରାମାଞ୍ଚଳରୁ 40 ଟି ଦଳ ଏବଂ ଭେଟେରାନ ହକି ଟିମ ମଧ୍ୟ ପ୍ରତିଯୋଗିତାରେ ଭାଗ ନେଇଥିଲେ । ତେବେ ରବିବାର ଦିନ ଫାଇନାଲ ଶେଷରେ ଚମ୍ପିଆନ ଟିମ୍‌ ଏବଂ ଖେଳାଳିଙ୍କୁ ପୁରସ୍କୃତ କରାଯାଇଥିଲା ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details