ରାଉରକେଲା: ଦରମା ନିର୍ଦ୍ଧାରଣ ସହିତ ବିଭିନ୍ନ ଦାବି ନେଇ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ଦିଆଯାଇଛି । ଏହା ପ୍ରଭାବରେ ରାଉରକେଲା ସହିତ ସମ୍ପୂର୍ଣ୍ଣ ଜିଲ୍ଲାରେ ବ୍ୟାଙ୍କ କାରବାର ବନ୍ଦ ରହିଛି । ଏଥିପାଇଁ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସହରର ବିଶ୍ରା ଛକ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ united forum of bank unionsର ବ୍ୟାନର ତଳେ ବ୍ୟାଙ୍କ କର୍ମଚାରୀ ମାନେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିଭିନ୍ନ ପ୍ରସଙ୍ଗରେ ସ୍ଲୋଗାନ ଦେଇ ଥିଲେ।
ରାଉରକେଲାରେ ଦୁଇ ଦିନ ବ୍ୟାଙ୍କ ବନ୍ଦ - ବ୍ୟାଙ୍କ କାରବାର ବନ୍ଦ
ଦରମା ନିର୍ଦ୍ଧାରଣ ସହିତ ବିଭିନ୍ନ ଦାବି ନେଇ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ଦିଆଯାଇଛି । ଏହା ପ୍ରଭାବରେ ରାଉରକେଲା ସହିତ ସମ୍ପୂର୍ଣ୍ଣ ଜିଲ୍ଲାରେ ବ୍ୟାଙ୍କ କାରବାର ବନ୍ଦ ରହିଛି ।
ରାଉରକେଲାରେ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ
ନଭେମ୍ବର 2017ରେ ଦରମା ପୁନଃନିର୍ଦ୍ଧାରଣ ହେବା କଥା କିନ୍ତୁ 40ଟି ବୈଠକ ପରେ ମଧ୍ୟ ଦାବି ପୂରଣ ହୋଇପାରିନାହିଁ । ଏହି ଦୁଇଦିନିଆ ଧର୍ମଘଟ ପରେ 11,12 ଓ 13 ମାର୍ଚ୍ଚରେ ଧର୍ମଘଟ ଓ ପରେ 1 ଏପ୍ରିଲରୁ ଅନିଶ୍ଚିତକାଳ ପାଇଁ ଧର୍ମଘଟ କରାଯିବ ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ