ଓଡିଶା

odisha

By

Published : Mar 17, 2020, 11:57 AM IST

ETV Bharat / city

ଭାସିଗଲା ବାଉଁଶ ପୋଲ, ରାଉରକେଲାରେ ଯାତାୟତ ବାଧାପ୍ରାପ୍ତ

ଝାଡଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ସ୍ମାର୍ଟ ସିଟି ରାଉରକେଲାକୁ ସଂଯୋଗ କରୁଥିବା ଦୁଇଟି ବାଉଁଶ ପୋଲ ଭାସିଯାଇଛି। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଅଧିକ ପଢନ୍ତୁ...

bamboo pole
ଭାସିଗଲା ବାଉଁଶ ପୋଲ, ରାଉରକେଲାରେ ଯାତାୟତ ବାଧାପ୍ରାପ୍ତ

ରାଉରକେଲା: ଝାଡଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ସ୍ମାର୍ଟ ସିଟି ରାଉରକେଲାକୁ ସଂଯୋଗ କରୁଥିବା ଦୁଇଟି ବାଉଁଶ ପୋଲ ଭାସିଯାଇଛି। ସୌଭାଗ୍ୟବଶତଃ ପୋଲ ଦୁଇଟି ରାତିରେ ଭାସିଯାଇଥିବାରୁ କୌଣସି କ୍ଷୟକ୍ଷତି ହୋଇନାହିଁ । ତେବେ ପୋଲ ଦୁଇଟି ଭାସିଯିବାଫଳରେ ହଜାର ହଜାର ଲୋକଙ୍କ ଯିବା ଆସିବାରେ ବ୍ୟାହାତ ସୃଷ୍ଟି ହୋଇଛି ।

ଭାସିଗଲା ବାଉଁଶ ପୋଲ, ରାଉରକେଲାରେ ଯାତାୟତ ବାଧାପ୍ରାପ୍ତ

ପସରା ଓ ରିଉରେ ଥିବା ଏହି ଦୁଇଟି ବାଉଁଶ ପୋଲ ଭାସିଯାଇଥିବା ଦେଖାଯାଇଛି । ଫଳରେ ଲୋକେ ଡଙ୍ଗା ସାହାଯ୍ୟରେ ନଦୀ ପାର ହେଉଛନ୍ତି । ତେବେ ଏବାଟ ଦେଇ ଅନେକ ଲୋକ ଯିବାଆସିବା କରୁଥିବାବେଳେ ସରକାର ଏକ ସ୍ଥାୟୀ ପୋଲ ନିର୍ମାଣ କରୁନଥିବାରୁ ଲୋକେ ଡଙ୍ଗା ଓ ବାଉଁଶ ପୋଲ ଉପରେ ନିର୍ଭର କରୁଛନ୍ତି ।

ତେବେ ଏନେଇ ଏଠାରେ ଏକ ପୋଲ ନିର୍ମାଣ କରିବାର ଦାବି ହୋଇଆସୁଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details