ରାଉରକେଲା: ରାତିରେ ପ୍ରବଳ ବର୍ଷା ଯୋଗୁଁ ସ୍ମାର୍ଟ ସିଟି ରାଉରକେଲାକୁ ସଂଯୋଗ କରୁଥିବା ବାଉଁଶ ପୋଲ ପୁଣି ଭାସି ଯାଇଛି । ଦୁଇ ଦିନ ପୂର୍ବରୁ ମଧ୍ୟ ପୋଲଟି ରାତିରେ ଭାସି ଯାଇଥିଲା । ଦିନରେ ଏହି ବାଉଁଶ ପୋଲ ଦେଇ ହଜାର ହଜାର ଲୋକ ଯିବା ଆସିବା କରନ୍ତି ।
ବର୍ଷା ଯୋଗୁଁ ଭାସିଗଲା ସ୍ମାର୍ଟସିଟି ରାଉରକେଲାର ବାଉଁଶ ପୋଲ - bamboo bridge collapsed in rourkela
ରାତିରେ ପ୍ରବଳ ବର୍ଷା ଯୋଗୁଁ ସ୍ମାର୍ଟ ସିଟି ରାଉରକେଲାକୁ ସଂଯୋଗ କରୁଥିବା ବାଉଁଶ ପୋଲ ପୁଣି ଭାସି ଯାଇଛି । ଜୀବନକୁ ବାଜି ଲଗାଇ ଲୋକମାନେ ଏହି ବାଉଁଶ ପୋଲ ଉପରେ ଯିବା ଆସିବା କରିଥାନ୍ତି । ଅଧିକ ପଢନ୍ତୁ...
ବର୍ଷା ଯୋଗୁଁ ଭାସିଗଲା ବାଉଁଶ ପୋଲ
ରାଉରକେଲା ତଥା କୁଆରମୁଣ୍ଡା ବ୍ଲକର ବିଭିନ୍ନ ଗାଁରୁ ଛାତ୍ର, ଛାତ୍ରୀ, ରୋଗୀ, ପରିବା ବିକାଳୀ, ଶ୍ରମିକ ଓ ସରକାରୀ ବାବୁମାନେ ବର୍ଷାଦିନରେ ଡଙ୍ଗା ଉପରେ ଯାତାୟତ କରିଥାନ୍ତି । ଜଳସ୍ତର କମିଲେ ବାଉଁଶ ପୋଲ ଦେଇ ଯିବା ଆସିବା କରିବା ପାଇଁ ବାଧ୍ୟ ହୁଅନ୍ତି । ଜୀବନକୁ ବାଜି ଲଗାଇ ଲୋକମାନେ ଏହି ବାଉଁଶ ପୋଲ ଉପରେ ଯିବା ଆସିବା କରୁଛନ୍ତି । ସରକାର ଏକ ପୋଲ କିମ୍ବା ବ୍ୟାରେଜ ପାଇଁ ଭୂମିପୂଜନ କରାଇସାରିଛନ୍ତି । ହେଲେ ଏହା କେବେ ହେବ ତାହା କିଛି କହି ହେଉନାହିଁ ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ
Last Updated : Mar 15, 2020, 3:42 PM IST