ଓଡିଶା

odisha

ETV Bharat / city

ରାଉରକେଲାରେ ବଜରଙ୍ଗ ଦଳର ବିକ୍ଷୋଭ ପ୍ରଦର୍ଶନ - bajrang dal protest to west bengal minister suspend

ପଶ୍ଚିମବଙ୍ଗରେ ମୁସଲମାନ ତୁଷ୍ଟିକରଣ ପାଇଁ ହିନ୍ଦୁମାନଙ୍କ ହତ୍ୟା କରାଯାଉଛି । ଏହାକୁ ନିନ୍ଦା କରି ରାଉରକେଲାରେ ବଜରଙ୍ଗ ଦଳ ବିକ୍ଷୋଭ ପ୍ରଦର୍ଶନ କରିଛି ।

ବଜରଙ୍ଗ ଦଳର ବିକ୍ଷୋଭ ପ୍ରଦର୍ଶନ, ବଙ୍ଗଳାରେ ରାଷ୍ଟ୍ରପତି ଶାସନ ଲାଗୁ କିରବା ନେଇ ଦାବି

By

Published : Oct 15, 2019, 3:47 PM IST

Updated : Oct 15, 2019, 4:01 PM IST

ରାଉରକେଲା: ପଶ୍ଚିମବଙ୍ଗରେ ମୁସଲମାନ ତୁଷ୍ଟିକରଣ ପାଇଁ ହିନ୍ଦୁମାନଙ୍କ ହତ୍ୟା କରାଯାଉଛି । ଏହାକୁ ନିନ୍ଦା କରି ରାଉରକେଲାରେ ବଜରଙ୍ଗ ଦଳ ବିକ୍ଷୋଭ ପ୍ରଦର୍ଶନ କରିଛି । ରାଜୁ ସିଂହ ତଥା ନୀଳ ପାଉଲଙ୍କ ନେତୃତ୍ବରେ ଏଡିଏମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାସହ ଏଡିଏମଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ବଜରଙ୍ଗ ଦଳର ବିକ୍ଷୋଭ ପ୍ରଦର୍ଶନ, ବଙ୍ଗଳାରେ ରାଷ୍ଟ୍ରପତି ଶାସନ ଲାଗୁ କିରବା ନେଇ ଦାବି

ଏହି ପତ୍ରରେ ଉଲ୍ଲେଖ କରାଯାଇଛି ମୁରଶିଦାବାଦରେ ହୋଇଥିବା ହତ୍ୟାର ସିବିଆଇ ଯାଞ୍ଚ କରାଯାଉ । ଏହାସହ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ତୁରନ୍ତ ଲାଗୁ କରାଯାଉ, ବାଂଲାଦେଶରୁ ଆସିଥିବା ଲୋକଙ୍କୁ ନାଗରିକତା ପ୍ରଦାନ କରିବା ବନ୍ଦ କରାଯାଉ ଏବଂ ହିନ୍ଦୁମାନଙ୍କୁ ହତ୍ୟା କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଦଣ୍ଡ ଦେବା ପାଇଁ ଦାବି କରାଯାଇଛି। କେବଳ ସେତିକି ନୁହେଁ ବିକ୍ଷୋଭକାରୀମାନେ ଏହା ମଧ୍ୟ ଦାବି କରୁଛନ୍ତି ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରାଯାଉ । ତେବେ ବହୁତ ସଂଖ୍ୟାରେ ବଜ୍ରଙ୍ଗଦଳ କର୍ମୀମାନେ ଏହି ବିକ୍ଷୋଭରେ ଭାଗ ନେଇଥିଲେ ।


ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Last Updated : Oct 15, 2019, 4:01 PM IST

ABOUT THE AUTHOR

...view details